spot_img

Latest Posts

ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର: ଚଳିତ ନିର୍ବାଚନରେ ବିଜେଡି ସୁଇପ କରୁଛି। ବିଜେଡି ଉଭୟ ଲୋକସଭା ଓ ବିଧାନସଭାରେ ୮୦ରୁ ୮୫ ପ୍ରତିଶତ ଆସନରେ ବିଜୟ ହାସଲ କରିସାରିଛି ବୋଲି କହିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍। ସେ କହିଛନ୍ତି- ମହାପ୍ରଭୁ ଜଗନ୍ନାଥ ଓ ଲୋକଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରି ସରକାର କରିବ।

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେଡି ସରକାର ଗଠନ କରି ସାରିଛି। ଭୁବନେଶ୍ୱରରେ ରେକର୍ଡ ପୋଲିଂ ହୋଇଛି। ମଧ୍ୟବିତ୍ତଙ୍କ ପାଇଁ ଯୋଜନା ଓ ଯୁବ ବଜେଟ ଲୋକଙ୍କ ହୃଦୟକୁ ଛୁଇଁଛି। ସବୁଠି ବିଜେଡି ସପକ୍ଷରେ ଜନମତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ମଧ୍ୟବିତ୍ତଙ୍କ ପ୍ଲାନ ଯୋଗୁଁ ଭୋଟ ହାର ବଢ଼ିଛି। ସେହିପରି INDIA ସହ ମେଣ୍ଟ ଆଲୋଚନା ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି ପାଣ୍ଡିଆନ୍।

ବିଜେପି ମିଛ, ଅପପ୍ରଚାର ଓ କୁମ୍ଭୀର କାନ୍ଦଣା କାନ୍ଦୁଛି। ହେଲେ ଲୋକ ଜାଣିଛନ୍ତି ଯେ, ନବୀନ ପଟ୍ଟନାୟକ ସେମାନଙ୍କ ପାଇଁ କଣ ସବୁ କରିଛନ୍ତି। ଅନ୍ୟପଟେ ସ୍ମୃତି ଇରାନୀ କେବଳ ରାଜନୈତିକ କଥା କହୁଛନ୍ତି। ଦରଦାମ ଉପରେ କହି ପାରିଥାନ୍ତେ। ରୋଜଗାର ଉପରେ କହିବାରେ ସାହସ ନାହିଁ। LPG, ଡାଲି ରେଟ୍ କଥା କହି ପାରିଲେନି। ବିଜେପି କେବଳ ମିଛ କଥା କହୁଛି। ସେମାନେ ଲୋକଙ୍କ ଲାଗି କିଛି ଗ୍ଯାରେଣ୍ଟି ଦେଇନାହାନ୍ତି। ୧୦ ବର୍ଷରେ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଥିଲେ ତାହାକୁ କଭର କରିବା ଲାଗି ଏବେ ନାଟକବାଜି କରୁଛନ୍ତି। ମିଛ କହିବାର ସୀମା ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍।

Latest Posts

Don't Miss