କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡି ନେତାଙ୍କ ମୃତ୍ୟୁ ଅଭିଯୋଗ

ଭଦ୍ରକ: କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡି ନେତାଙ୍କ ମୃତ୍ୟୁ ଅଭିଯୋଗ । ପ୍ରତିବାଦରେ ଥାନା ଆଗରେ ଉତ୍ୟକ୍ତ ଲୋକଙ୍କ ବିକ୍ଷୋଭ ପ୍ରଦର୍ଶନ ସହ ଟାୟାର ଜାଳି ରାସ୍ତା ଅବରୋଧ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନୂଆଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେଡି ନେତା ଭଗବାନ ନାୟକଙ୍କ ମୃତ୍ୟୁ ହୋଇଛି । ଗତ ୨୦ ତାରିଖ ରାତିରେ କଂଗ୍ରେସ କର୍ମୀମାନେ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିଲେ । ଭଗବାନ ନାୟକ ଓ ତାଙ୍କ ପୁଅ ବିରୋଧ କରିବାରୁ କଂଗ୍ରେସ କର୍ମୀମାନେ ବାପପୁଅଙ୍କୁ ଆକ୍ରମଣ କରିଥିଲେ ।

ଗୁରୁତର ଆହତ ଭଗବାନ ନାୟକ ଓ ତାଙ୍କ ପୁଅଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା । ଭଦ୍ରକରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ବେଳେ ଭଗବାନ ନାୟକଙ୍କ ମୃତ୍ୟୁ ହୋଇଛି । ଏହାର ପ୍ରତିବାଦରେ ନୂଆଗାଁ ଗ୍ରାମବାସୀ ବାସୁଦେବପୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଛି ।

Leave a Reply