ଠେଙ୍ଗାରେ ପ୍ରତିବାଦ କରିବୁନି, ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ: ଅଶୋକ ପଣ୍ଡା
ଭୁବନେଶ୍ବର: ଖଣ୍ଡଗିରି ତଳେ ସାଂସ୍କୃତିକ କାର୍ଯ୍ଯକ୍ରମ ଲାଗି ଅନୁମତି ଦିଆ ନଯିବାକୁ ନେଇ ତୀବ୍ର ସନ୍ତୋଷ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା । ସରକାରଙ୍କ ମନମାନି ବିରୋଧରେ ଏବେ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି । ଠେଙ୍ଗାରେ ପ୍ରତିବାଦ ନକରି ଆସନ୍ତାକାଲି ଖଣ୍ଡଗିରି ପାଖ ସାଇ ଗାର୍ଡେନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ । ଏଥିରେ ସଂସ୍କୃତି ପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ । ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରତିବାଦ କରିବୁ ବୋଲି ସେ କହିଛନ୍ତି ।
ସେ କହିଛନ୍ତି, ଖଣ୍ଡଗିରି ତଳେ, କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ସରକାରୀ ଆଦେଶକୁ ଫୁ କରି ଅନ୍ଯ ସଂସ୍ଥାକୁ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଛି । ଏପରି ପକ୍ଷପାତିତା ଭିତରେ ରାଜ୍ଯରେ କି ଶାସନ ଚାଲିଛି ବୋଲି ଅଶୋକ ପ୍ରଶ୍ନ କରିଛନ୍ତି ।
ପୂର୍ବ ବର୍ଷମାନଙ୍କ ପରି ଭୁବନେଶ୍ୱର ସାଂସ୍କୃତିକ ପରିଷଦ ଖଣ୍ଡଗିରି ତଳେ କାର୍ଯ୍ୟକ୍ରମ କରୁଥିଲା । ଏଥର ଫେବୃଆରୀ ୫, ୬ ଓ ୭ ତାରିଖ କାର୍ଯ୍ୟକ୍ରମ ପାଇଁ ଗତ ଜାନୁଆରୀ ୩ ତାରିଖରେ ଓଟିଡିସି ପାଖରେ ଅନୁମତି ମାଗିଥିଲା ପରିଷଦ । ମାସେ ପରେ ଅନୁମତି ନାହିଁ ବୋଲି ମେଲ୍ କରିଥିଲେ ଓଟିଡିସି । ଏବେ ଏଠାରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ଷ୍ଟଲ ଖୋଲିଛି । ତେବେ ଅନ୍ଯ ସଂସ୍ଥାଙ୍କୁ ଷ୍ଟଲ ଖୋଲିବାକୁ ଅନୁମତି ଦିଆଯାଇଥିବା କାହିଁକି କୁହାଯାଇ ନଥିଲା ? ପର୍ଯ୍ୟଟନ ବିଭାଗ ରିଜେକ୍ସନ ଲେଟର ବି ଦେଖାଇ ନଥିଲେ ବୋଲି ଅଶୋକ କହିଛନ୍ତି ।
ଆମେ ବିଏମସି କମିସନର ଓ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ବି ଭେଟିଥିଲା । କିଛି ଫଳ ମିଳିଲାନି । କିନ୍ତୁ ଆମେ ଏହାର ପ୍ରତିବାଦ ଠେଙ୍ଗାରେ କରିବୁନି । ରାଜ୍ୟରେ ଆଇନର ଶାସନ ଅଛି । ଆମେ ପ୍ରତିବାଦ ସ୍ୱରୂପ ଆସନ୍ତାକାଲି ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ ବୋଲି ଅଶୋକ କହିଛନ୍ତି ।