କରୋନା କବଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ

1 min read

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ଦେଶରେ ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି । ତେବେ ବୁଧବାର ରାଜ୍ୟରେ ଆଉଜଣେ ବିଧାୟକ କରୋନା କବଳରେ ଆସିଛନ୍ତି । ଆଜି ଖଣ୍ଡପଡ଼ା ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ ନିଜେ ଟ୍ୱିଟ୍‌ କରି ଏହା ଜଣାଇଛନ୍ତି ।

ତାଙ୍କର ପ୍ରଥମେ ଥଣ୍ଡା କାଶ ଭଳି କିଛି କରୋନା ଲକ୍ଷଣ ସେ ଅନୁଭବ କରିଥିଲେ । ଏକ ଘରୋଇ ଡାକ୍ତରଖାନାରେ ସେ ତାଙ୍କର କୋଭିଡ ଟେଷ୍ଟ କରାଇଥିଲେ । ଟେଷ୍ଟରେ ସୌମ୍ୟ ରଞ୍ଜନ ପଟ୍ଟନାୟକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ସେ ଆହୁରି ମଧ୍ୟ ସଚେତନ କରାଇବା ପାଇଁ କହିଛନ୍ତି ଯେ ତାଙ୍କ ସହ ଏହି କିଛି ଦିନ ମଧ୍ୟରେ କେହି ଯଦି ସଂସ୍ପର୍ଶରେ ଆସିଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜକୁ ଆଇସୋଲେସନରେ ରଖିବା ଜରୁରୀ ।  କୋଭିଡ଼ ଟେଷ୍ଟରେ ରିପୋର୍ଟ ପଜିଟିଭ ଆସିଥିଲେ ମଧ୍ୟ ସେ ସୁସ୍ଥ ଥିବା କହିଛନ୍ତି ।

Leave a Reply