ବିଜେପି ଛାଡ଼ି ବିଜେଡିରେ ମିଶିଲେ ତ୍ରିପୁରାରୀ ଗରଡ଼ା

ଭୁବନେଶ୍ବର: ବିଜେଡିକୁ ଫେରିଲେ କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା ।  ବୁଧବାର ଶଙ୍ଖ ଭବନରେ ଦଳର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ତାଙ୍କୁ ସାଂସଦ ମାନସ ମଙ୍ଗରାଜ ଦଳକୁ ପାଛୋଟି ନେଇଛନ୍ତି । ଏହି ଅବସରରେ ବରିଷ୍ଠ ନେତା ଦିବ୍ୟଶଙ୍କର ମିଶ୍ର, ଝିନ୍ନ ହିକକା ପ୍ରମୁଖ ଦଳୀୟ ନେତା ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଆକୃଷ୍ଟ ହୋଇ ତ୍ରିପୁରାରୀ ବିଜେଡିରେ ସାମିଲ ହୋଇଛନ୍ତି । ତ୍ରିପୁରାରୀଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ସାମିଲ ହୋଇଛନ୍ତି । ତ୍ରିପୁରାରୀ ୨୦୧୯ରେ ବିଜେପିରେ ଯୋଗ ଦେଇ ପ୍ରାର୍ଥୀ ହୋଇଥିଲେ । ବିଜେପିର କାର୍ଯ୍ୟଶୈଳୀ ବଦଳିଛି । ଯାହା ତାଙ୍କୁ ପସନ୍ଦ ଲାଗିଲାନି । ତେଣୁ ସେ ପୁଣି ଥରେ ବିଜେଡିକୁ ଫେରିଆସିଲେ ବୋଲି ବିଜେଡିରେ ମିଶିବା ପରେ ତ୍ରିପୁରାରୀ ପ୍ରତିକ୍ରିୟାରେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଫେରିଆସିଲି ବୋଲି କହିଛନ୍ତି ତ୍ରିପୁରାରୀ । ବିଜେଡି ପକ୍ଷରୁ ତ୍ରିପୁରାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ମଙ୍ଗରାଜ । ତ୍ରିପୁରାରୀଙ୍କ ଯୋଗଦାନ କୋରାପୁଟରେ ବିଜେଡିକୁ ଆହୁରି ମଜବୁତ କରିବ ବୋଲି ସେ ଆଶା କରିଛନ୍ତି ।