ଶଙ୍ଖ ଧରିଲେ କଳାହାଣ୍ଡି ଜିଲ୍ଲାର ୪ଟି ଆଦିବାସୀ ସମ୍ପ୍ରଦାୟର ନେତା ଓ ଶହଶହ ଲୋକ

ଭୁବନେଶ୍ୱର : ବିଜେଡିରେ ସାମିଲ ହେଲେ କଳାହାଣ୍ଡି ଜିଲ୍ଲାର ୪ଟି ଆଦିବାସୀ ସମ୍ପ୍ରଦାୟର ନେତା ଓ ଶହଶହ ଲୋକ। ଆଦିବାସୀ ସଂଘର ଉପସଭାପତି ଦ୍ରୋଣଚାର୍ଯ୍ୟ ମାଝୀ ଓ କନ୍ଧ ସମାଜ ଅଧ୍ଯକ୍ଷ ପଦ୍ମ ସିଂ ମାଝୀଙ୍କ ସମେତ ପୂର୍ବତନ ସରପଞ୍ଚ ଏବଂ ସମିତି ସଭ୍ୟମାନେ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନର୍ଲା ନିର୍ବାଚନମଣ୍ଡଳୀରେ ଏମାନେ ଆଦିବାସୀ ସମାଜର ବଡ଼ବଡ଼ ଦାୟିତ୍ବରେ ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି ଓ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ସେମାନେ ଆଜି ବିଜେଡିରେ ସାମିଲ ହେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ବିଜେଡି ଆହୁରି ମଜଭୁତ୍ ହେବ। ଆଦିବାସୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି । ତାଙ୍କ ହାତମୁଠାକୁ ଆହୁରି ଟାଣ କରିବା ପାଇଁ ଆଜି ଆମେ ବିଜେଡିରେ ଯୋଗଦେଇଛୁ ବୋଲି କହିଛନ୍ତି କଳାହାଣ୍ଡି ଆଦିବାସୀ ନେତା । ଆଜିର ଏହି ମିଶ୍ରଣ ପର୍ବରେ ସାଂସଦ ସସ୍ମିତ ପାତ୍ର, କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ ଉପସ୍ଥିତି ଥିଲେ।