ରେଢ଼ାଖୋଲରେ ବିଜେଡ଼ିର ମିଶ୍ରଣ ପର୍ବ, ପ୍ରଣବଙ୍କ ଉପସ୍ଥିତିରେ ଯୋଗଦାନ କଲେ ଶତାଧିକ କର୍ମୀ

ସମ୍ବଲପୁର: ରେଢାଖୋଲରେ ଅନୁଷ୍ଠିତ ହୋଇଯାଇଛି ବିଜେଡିର ମିଶ୍ରଣ ପର୍ବ । ସ୍ଥାନୀୟ କଦମ୍ବ ପଡ଼ିଆରେ ଆୟୋଜିତ ବିଜେଡିର ୱାର୍ଡ ସ୍ତରୀୟ କର୍ମଶାଳା ଓ ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ଶତାଧିକ ବିଜେପି ଓ କଂଗ୍ରେସ ନେତା । ବିଜେଡିର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତିରେ ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ବିଜେଡିର ଶୃଙ୍ଖଳାରେ ଅନୁପ୍ରାଣିତ ହୋଇ ଶତାଧିକ ଲୋକ ବିଜେଡିରେ ନିଜକୁ ସାମିଲ କରିଛନ୍ତି ।

ଏ ଅବସରରେ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପି ଉପରେ ବର୍ଷିଥିଲେ  । ସାଧାରଣ ଲୋକ  ପ୍ରଶ୍ନ ପଚାରିବାର ସମୟ ବର୍ତ୍ତମାନ ଉପନୀତ ହୋଇଥିବା କହିଛନ୍ତି ପ୍ରଣବ  । ଆମ ଠାରୁ ସବୁ କିଛି ନିଆଯାଉଛି କିନ୍ତା କାହିଁକି ଆମର ପ୍ରାପ୍ୟ ଦିଆଯାଉନାହିଁ ? କେନ୍ଦ୍ର ସରକାର କାହଁକି ପ୍ରସ୍ତାବ ମୁତାବକ ଚାଉଳ ଓ ଧାନ ଉଠାଉ ନାହାଁନ୍ତି ? ଏ ,ସମସ୍ତ ପ୍ରଶ୍ନ ଏବେ ସଧାରଣ ଭୋଟର ପଚାରିବା ଆବଶ୍ୟକ ବୋଲି କହିଛନ୍ତି ବିଜେଡ଼ି ସାଗଂଠନିକ ସଂପାଦକ  ।

ରେଢାଖୋଲରେ ଆୟୋଜିଟ ବିଜେଡ଼ିର ଏହି କାର୍ଯ୍ୟକ୍ରମରେ  ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେଡି ମୁଖପାତ୍ର ସଂଜୟ ବାବୁ ଓ ବହୁ ବରିଷ୍ଠ ନେତା କର୍ମୀ ଉପସ୍ଥିତ ରହିଥିଲେ  । ପଞ୍ଚାୟତ ନିର୍ବାଚନରେ ବିଜେଡ଼ିର ରଣନୀତି ଏବଂ ଦଳର ବିଭିନ୍ନ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରାଯାଇଥିଲା  । ବୁଥ ସ୍ତରୀୟ କର୍ମୀସମ୍ମିଳନୀ ମାଧ୍ୟମରେ ବିଜେଡ଼ିର କାର୍ଯ୍ୟକର୍ତ୍ତାଙ୍କୁ ଦଳକୁ ବିଜୟ କରିବାର ମନ୍ତ୍ର ଦେଇଥିଲେ ପ୍ରଣବ ପ୍ରକାଶ  ।

Leave a Reply