spot_img

Latest Posts

ବିଜେଡିର ମିଶ୍ରଣ ପର୍ବ, ଯୋଗଦେଲେ ଶତାଧିକ ବିଜେପି କର୍ମୀ

ପାଇକମାଳ: ପଦ୍ମପୁର ଉପ ନିର୍ବାଚନ ଡିସେମ୍ବର ୫ ତାରିଖ ହେବାକୁ ଥିବା ବେଳେ ରାଜନୈତିକ ଉଷ୍ମତା ବଢିବାକୁ ଲାଗିଛି । ସୋମବାର ଜାମସେଠ ଠାରେ ସରପଞ୍ଚ ଆର୍ତ୍ତତ୍ରାଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡ଼ି ମିଶ୍ରଣ ପର୍ବ ରେ ଜାମସେଠ ପଞ୍ଚାୟତ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଥିବା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ ଯୋଗ ଦେଇଛନ୍ତି  ।  କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜାମସେଠ ପଞ୍ଚାୟତର ୩୧ଜଣ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି।

ମିଶ୍ରଣ ପର୍ବରେ ନରୋତ୍ତମ ମାଝୀ,ଶରତ ତାଣ୍ଡି,ରବି ରଣା,ମଦନ ଭୋଇ, ଜିତୁନ ପଟ୍ଟନାୟକ, ଅକ୍ଷୟ ପ୍ରଧାନ, ନଟବର ପ୍ରଧାନ, ଗଙ୍ଗାଧର ମାଝୀ, ରତ୍ନାକର ମାଝୀ,ତପ ପ୍ରଧାନ, ସୁରେଶ ରଣା, ପ୍ରସନ୍ନ ରଣା ସମେତ ଦଳୀୟ କର୍ମୀ ସହଯୋଗ କରିଥିଲେ। ବିଜେଡି ଯୋଗ ଦେଇଥିବା କର୍ମୀମାନଙ୍କୁ ବିଧାୟକ ସ୍ବାଗତ କରିଥିଲେ। ଆଗାମୀ ଦିନରେ ଆହୁରି ବିଜେପି କର୍ମୀ ଯୋଗ ଦେବେ ବୋଲି ଚର୍ଚ୍ଚା ଧରିଛି ।

Latest Posts

Don't Miss