ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶୁଛନ୍ତି ବିରୋଧି ନେତା

ପଦ୍ମପୁର: ଆହୁରି ବଢୁଛି ବିଜେଡି ବଳ । ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡି ପ୍ରତି ଅନ୍ୟ ଦଳ ନେତା ଓ କର୍ମୀଙ୍କର ଆସ୍ଥା ସେତିକି ବଢ଼ିବାରେ ଲାଗିଛି । ଆଜି ପାଇକମାଳରେ ଅନୁଷ୍ଠିତ ବିଜେଡି କର୍ମୀ ସମ୍ମିଳନୀରେ ଶତାଧିକ ବିଜେପି ଓ କଂଗ୍ରେସ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏମାନଙ୍କ ମଧ୍ୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଅଛନ୍ତି ।

ଏହି କର୍ମୀ ସମ୍ମିଳନୀରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନବ କିଶୋର ଦାଶ, ସାଂସଦ ନିରଞ୍ଜନ ବିଶି, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତି, ବିକାଶଧାରା ଓ ଦୁର୍ନୀତିମୁକ୍ତ ଶାସନ ପ୍ରତି ଆକୃଷ୍ଟ ହୋଇ ଅନ୍ୟ ଦଳର ନେତା ଓ କର୍ମୀ ବିଜେଡିରେ ମିଶିଥିବା କହିଛନ୍ତି । ପଦମପୁର ଉପନିର୍ବାଚନ ସମୟରେ ପ୍ରତିଦିନ ଅନ୍ୟ ଦଳର ଶହଶହ କର୍ମୀ ବିଜେଡିରେ ମିଶୁଥିବାରୁ ଦଳର ବିଜୟ ସୁନିଶ୍ଚିତ ବୋଲି କୁହାଯାଉଛି ।