ପଦମପୁର ଉପନିର୍ବାଚନ ପୂର୍ବରୁ ସଶକ୍ତ ହେଉଛି ବିଜେଡି

ପଦମପୁର: ପଦମପୁର ଉପନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଅନ୍ୟଦଳ ଛାଡ଼ି ବିଜେଡିରେ ଯୋଗଦେଉଛନ୍ତି ନେତା ଓ କର୍ମୀ । ପଦମପୁର ବ୍ଲକ୍ ପଲସାପାଲି ପଞ୍ଚାୟତର ସରପଞ୍ଚ ଭାସ୍କର ଭୋଇ ଆଜି ବିଜେଡିରେ ଯୋଗଦେଇଛନ୍ତି । ପଲସାପାଲି ପ୍ରଚାର ମଞ୍ଚରେ ଶହଶହ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି ଭାସ୍କର ।

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା 2 ନଂବର ଜୋନରେ ନିର୍ବାଚନ ପ୍ରଚାର କରିବାବେଳେ ଦଳରେ ସାମିଲ ହୋଇଛି ଭାସ୍କର ଭୋଇ ଓ ସମର୍ଥକ । ମନ୍ତ୍ରୀ ରୀତା ସାହୁ ଫୁଲମାଳ ଓ ଉତ୍ତରୀୟ ଦେଇ ଭାସ୍କର ଓ ସମର୍ଥକଙ୍କୁ ସ୍ବାଗତ କରିଥିଲେ । ପଞ୍ଚାୟତର ବିକାଶଧାରାକୁ ଆଗକୁ ନେବା ପାଇଁ ସେ ବିଜେଡିରେ ଯୋଗଦେଇଥିବା ଭାସ୍କର କହିଛନ୍ତି ।

ଉପନିର୍ବାଚନ ପୂର୍ବରୁ ବିଜେଡିରେ ଜାରି ରହିଛି  ମିଶ୍ରଣ ପର୍ବ  । ପ୍ରତିଦିନ ଦଳରେ ଯୋଗଦେଉଛନ୍ତି ଶତାଧିକ ଅନ୍ୟ ଦଳର କର୍ମୀ  । ପଦମପୁରରେ ବିଜେଡିର ବିଜୟ ରାସ୍ତା ସୁଗମ ହେଉଥିବା ଦଳର ମିଶ୍ରଣ ପର୍ବ ସ୍ପଷ୍ଟ କରୁଛି  ।