spot_img

Latest Posts

ଗଞ୍ଜାମରେ ବିଜେଡ଼ିର ମିଶ୍ରଣ ପର୍ବ, ସରପଞ୍ଚ ଓ ଶତାଧିକ କର୍ମୀ ଫୁଙ୍କିଲେ ଶଙ୍ଖ

ବ୍ରହ୍ମପୁର: ବିଜେଡି ଉପରେ ଗଞ୍ଜାମବାସୀଙ୍କ ବଢୁଛି ବିଶ୍ବାସ । ବିଭିନ୍ନ ଦଳ ଛାଡି ବହୁ ନେତା ଓ କର୍ମୀ ବିଜୁ ଜନତା ଦଳରେ ହେଉଛନ୍ତି ସାମିଲ । ଏବେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଳକ ମନ୍ତ୍ରୀଡି ଠାରେ  ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଳକର ମନ୍ତ୍ରୀଡି ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ଦାସ ବିଜେପି ଦଳ ଛାଡି ନିଜର ଶତାଧିକ କମିଙ୍କ ସହ ବିଜେଡିରେ ଯୋଗଦାନ କରିଛନ୍ତି । ସେହି ପରି ଗୋଳନ୍ଥରା ସରପଞ୍ଚ ସଶ୍ମିତା ଜେନା ଓ ବିଭିନ୍ନ ପଞ୍ଚାୟତର ବିଜେପି ନେତା ଓ ସମାଜସେବୀ ପ୍ରମୁଖ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସ୍ବଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବା କହିଛନ୍ତି ବିଜେଡିରେ ସାମିଲ କର୍ମୀ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଡ.ଗୋପବନ୍ଧୁ ଦାସ , ଗଞ୍ଜାମ ଜିଲ୍ଲାର ପର୍ଯ୍ୟବେକ୍ଷକ ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ସଭା ସାଂସଦ ସୁବାଷ ସିଂହ, ଗଞ୍ଜାମ ଜିଲ୍ଲା ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ଳକ ସଭାପତି ଅଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିବା କର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Latest Posts

Don't Miss