ଗଜପତିରେ ବିଜେଡିର ଗର୍ଜନ, ଯୋଗଦେଲେ ବିଜେପି ନେତ୍ରୀ

ଗଜପତି: ଭାଙ୍ଗୁଛି ବିଜେପି, ବଢୁଛି ବିଜେଡି। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଜିଲ୍ଲାରେ ଦେଖିବାକୁ ମିଳିଛି । ବୁଧବାର ମୋହନାରେ ପୁଣି ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମୋହନା ଜିଲ୍ଲା ପରିଷଦ ସଦସ୍ୟା ଅନିତା ରାଣୀ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ମୋହନା କଲେଜ ଛକ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଦ୍ଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଅନୀତା ରାଣୀ ।

ସେପଟେ ତାଙ୍କ ସହ ବିଜେପିର ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ବିଜେଡ଼ିରେ ସାମିଲ ହୋଇଛନ୍ତି । ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ତଥା ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ନବାଗତଙ୍କୁ ସ୍ୱାଗତ କରିଥିଲେ ।

Leave a Reply