ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ବର: ବିଜେପି ଛାଡି ବିଜେଡିରେ ମିଶିଲେ ଶତାଧିକ ନେତା ଓ କର୍ମୀ। ଜଟଣୀ ନିର୍ବାଚନ ମଣ୍ଡଳୀ ମଳିପଡା ପଞ୍ଚାୟତ ସରପଞ୍ଚ ସୁନୀଲ ମୁଦୁଲି, ନାଏବ ସରପଞ୍ଚ ମମତା ବଡଜେନା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।ସେମାନଙ୍କ ସହ ଓ୍ବାର୍ଡମେମ୍ବର ଶ୍ୟାମସୁନ୍ଦର ଦେହୁରୀ, ସୁରେନ୍ଦ୍ର ରାଉତରାୟ, ମନୋରଞ୍ଜନ ପ୍ରଧାନ, ନୃସିଂହ ଚରଣ ଜେନା, ଖୋକନ ମଙ୍ଗରାଜ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ସେହିଭଳି ନଖୁଟ ଗ୍ରାମପଞ୍ଚାୟତର ସରପଞ୍ଚ ସୂଚିତ୍ରା ପାତ୍ର, କମ୍ବୁପାଣି ପାତ୍ର, ବିଜେପି ଯୁବମୋର୍ଚ୍ଚା ଉପସଭାପତି ରାଜେଶ ପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେପି ନେତା ପ୍ୟାରିମୋହନ ପରିଡା, ସୁଶୀଲ ପରିଡା, କୃପାସିନ୍ଧୁ ସାମନ୍ତରାୟ ଏବଂ ପ୍ରଦୀପ ପାଇକରାୟଙ୍କ ସମେତ ଶତାଧିକ ମହିଳା, ଯୁବକ ଏବଂ ବରିଷ୍ଠ ନାଗରିକ ମାନେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ନେତୃତ୍ୱରେ ଶଙ୍ଖ ଭବନ ପରିସରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।