ବଢ଼ିବାରେ ଲାଗିଛି ଟାଟା ପାୱାରର ଅତ୍ୟାଚାର: ଲୋକଙ୍କ ସୁବିଧା ପାଇଁ ଆନ୍ଦୋଳନରେ ସାମିଲ ହେଲା ବିଜେଡି

ଭୁବନେଶ୍ବର: ଟାଟା ପାୱାର ବିରୋଧରେ ଆନ୍ଦୋଳନ। ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ ଲୋୟର ପିଏମଜିରେ ସର୍ବଦଳୀୟ ଜନ ଆନ୍ଦୋଳନ କରିଛି । ଏଥିରେ ବିଜେଡି ମଧ୍ୟ ଯୋଗଦେଇଛି। ଟାଟା ପାୱାର ପାଇଁ ଦିନକୁ ଦିନ ଲୋକଙ୍କ ସମସ୍ୟା‌ ବଢୁଛି । ଚୁକ୍ତିରେ ଯାହା ଥିଲା ତାର ଓଲଟା କାର୍ଯ୍ୟ କରୁଛି ଟାଟା ପାୱାର । ଲୋକଙ୍କୁ ନ ଜଣାଇ ବିଦ୍ୟୁତ ସେବା କାଟି ଦେଉଛି। ଘର ଭିତରେ ପଶି ଟାଟା ପାୱାର କମ୍ପାନୀର କର୍ମଚାରୀ ଫାଇନ୍ ଆଦାୟ କରୁଛନ୍ତି । ଜୋର ଜବରଦସ୍ତି ସ୍ମାର୍ଟ୍ ମିଟର ବସାଉଛନ୍ତି । ସାଧାରଣ ମିଟର ଠାରୁ ସ୍ମାର୍ଟ୍ ମିଟରରେ ଅଧିକ ବିଲ୍ ଆସୁଛି । ଶୀଘ୍ର ଲାଗୁ କରିବାକୁ ଯାଉଥିବା ପ୍ରିପେଡ ବ୍ୟବସ୍ଥାକୁ ମଧ୍ୟ ବିରୋଧ କରିଛି ବିଜେଡି। । ସ୍ମାର୍ଟ୍ ମିଟର ବର୍ଜନ, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଯୋଗାଇବା, ବିଦ୍ୟୁତ ଦରବୃଦ୍ଧିକୁ ହ୍ରାସ କରିବା ଆଦି ଦାବିରେ ଲଢେଇ ହେବ । ୩୦୦ ୟୁନିଟ୍ ମାଗଣା ଦେବାକୁ ବିଜେପି ସରକାର ପ୍ରତିଶ୍ରୁତି ଦେଇ ଭୋଟ ନେଇଥିଲେ । ଏହା ଭିତରେ ଦୁଇଟି ବିଧାନସଭା ଅଧିବେଶନ ଗଲାଣି । ଏପର୍ଯ୍ୟନ୍ତ ୩୦୦ ୟୁନିଟ୍ ମାଗଣା ଦେଲେ ନାହିଁ । କୃଷି କ୍ଷେତ୍ରକୁ ମାଗଣା ବିଦ୍ୟୁତ ଯୋଗାଇବା ଦେବାର ପ୍ରତିଶ୍ରୁତି ଦେଇଥିଲେ । ଟାଟା ପାୱାର ଏକ ପାଖିଆ ଭାବେ ଉପଭୋକ୍ତାଙ୍କୁ ଭାରାକ୍ରାନ୍ତ କରୁଛି ।