ଭୁବନେଶ୍ବର : କୋଷ୍ଟାଲ ହାଇୱେ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦୀର୍ଘ ୧୧ ବର୍ଷ ପରେ ଉପକୂଳ ରାଜପଥର କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ରମନ୍ତ୍ରୀ ଅବଗତ କରିଛନ୍ତି । ଏହା ଓଡ଼ିଶାର ପର୍ଯ୍ୟଟନ, ଅର୍ଥନୀତି, ଗମନାଗମନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖିବା ସହ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ନବକଳେବର ସମୟରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ପିପିଲି ଠାରେ ଏହାର ଘୋଷଣା କରିଥିଲେ । ୪୩୦ କିଲୋମିଟରର ଏହି ପ୍ରୋଜେକ୍ଟର ସ୍ବପ୍ନ ଦେଖାଇଥିଲେ । ଏହାସହ କଟକ ଭୁବନେଶ୍ୱର ଖୋର୍ଦ୍ଧା CRRR, ରାମେଶ୍ୱରରୁ ଚନ୍ଦନପୁର ଯାଏଁ NH ମାନ୍ୟତା ଘୋଷଣା କରିଥିଲେ । ୧୧ ବର୍ଷ ପରେ ଏହି ୮ ହଜାର ୩ଶହ କୋଟିର ପ୍ରକଳ୍ପ ରାମେଶ୍ୱର ଠାରୁ କୋଣାର୍କ ଓ କୋଣାର୍କରୁ ପାରାଦ୍ୱୀପର ମଞ୍ଜୁରୀ ଦିଆଯାଇଛି । ହେଲେ ଓଡ଼ିଶାବାସୀ ନିରାଶ । ଏହି ଅବଧି ଭିତରେ ୩ ଥର ଟେଣ୍ଡର ଡକାଯାଇଛି । ପ୍ରତିଥର ଥର ଟେଣ୍ଡର ବାତିଲ ହୋଇଛି । ପ୍ରଶାସନିକ ଓ ଆର୍ଥିକ ମଞ୍ଜୁରୀ ମିଳି ନଥିଲା ।
ପାରାଦ୍ୱୀପରୁ ଦୀଘା ଯାଏଁ ଯେଉଁ ଅଞ୍ଚଳ ରହିଲା ଯେପରି ଭଦ୍ରକ, ବାଲେଶ୍ୱର ବାଦ ପଡିଛନ୍ତି । ୪୮୦ କିଲୋମିଟର ବେଳାଭୂମିର ୫ଶହ ମିଟରରେ ଏହା ନିର୍ମାଣ ହୋଇଥିଲେ, ପର୍ଯ୍ୟଟନ ବିକାଶ ଓ ବାତ୍ୟା ମୁକାବିଲା ହୋଇ ପାରିବା ସହ ଗମନାଗମନରେ ଯୁଗାନ୍ତକାରୀ ପରିବର୍ତ୍ତନ ହୋଇଥାନ୍ତା । ଏହି ରାସ୍ତାର ପରିକଳ୍ପନା ନେଇ ମଞ୍ଜୁରୀ ଯାହା ମିଳିଛି, ଯାହା ଅନ୍ୟ ରାସ୍ତା ହୋଇପାରେ । ଏହା ଗ୍ରୀନଫିଲଡ ପ୍ରୋଜେକ୍ଟ. NHAI ଯେଉଁ ୬୦ ପ୍ରତିଶତ ଜମି ଅଧିଗ୍ରହଣ କଥା କହିଛନ୍ତି, ତାହା ମିଛ । ଏହା ଦଶନ୍ଧି ଧରି ହେବାର ସନ୍ଦେହ ଦେଖା ଦେଇଛି । କାରଣ ଏଥିରେ ସମୁଦ୍ର ଓ ଚିଲିକା ନାହିଁ । ରାମେଶ୍ୱର ପାଖରେ କେଉଁ ସମୁଦ୍ର କି ଚିଲିକା ଦେଖିବେ ପର୍ଯ୍ୟଟକ ? କଣ ପ୍ରକଳ୍ପ କରିବାକୁ ସରକାର ଚାହୁଁଛନ୍ତି, ତାକୁ କେନ୍ଦ୍ର ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କରିଛି ବିଜେଡି ।

