ନୂଆପଡ଼ା ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେଡି ; ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ନେତାଙ୍କୁ ମିଳିଲା ଦାୟିତ୍ୱ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଲା ବିଜେଡି। ଉପନିର୍ବାଚନ ପାଇଁ ବିଜେଡି ନେତାଙ୍କୁ ଦିଆଯାଇଛି ଦାୟିତ୍ୱ। ବିଭିନ୍ନ ବ୍ଲକ ଓ ଏନଏସି ପାଇଁ ନେତାଙ୍କୁ ମିଳିଲା ଦାୟିତ୍ୱ। ନୂଆପଡ଼ା ବ୍ଲକ ପାଇଁ ୧୮ ଓ ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କୋମନା ବ୍ଲକ ଦାୟିତ୍ୱରେ ୧୮ ଜଣ ନେତା ଥିବା ବେଳେ, ଖରିଆର ରୋଡ୍ ଏନଏସି ପାଇଁ ୮ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି ।
ଦାୟିତ୍ୱ ବଣ୍ଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଂଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, ପ୍ରୀତିରଂଜନ ଘଡ଼େଇ, ଦିବ୍ୟଶଙ୍କର ମିଶ୍ର, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିଶାରୀ, ତୁଷାରକାନ୍ତି ବେହେରା, ବ୍ରଜ ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ଜେନା, ରୋମାଞ୍ଚ ରଂଜନ ବିଶ୍ୱାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ ବେହେରା, ଦେବୀ ରଂଜନ ତ୍ରିପାଠୀ ଓ ନୀହାର ରଂଜନ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କୋମନା ବ୍ଲକ ପାଇଁ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧିରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ୍ର ସିଂହଦେଓ, ଯୋସେଫ ସିଂ, ରବି ନନ୍ଦ, ପ୍ରଦୀପ ମାଝୀ, ନଳିନୀକାନ୍ତ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ଶୁଭାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ୱରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ, ରୋହିତ ଯୋସେଫ ତିର୍କୀ ଓ ଉମାକାନ୍ତ ସାମନ୍ତରାୟଙ୍କୁ ଦାୟିତ୍ୱ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ।
ଏହାସହ ନୂଆପଡ଼ା ଏନଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରୀତା ସାହୁ, ସ୍ୱରୂପ ଦାସ ଓ ଖରିଆର ରୋଡ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ ପଣ୍ଡା, କଳିକେଶ ସିଂହଦେଓ, ସୌଭିକ ବିଶ୍ୱାଳ, ପ୍ରଦ୍ୟୁମ୍ନ ତ୍ରିପାଠୀ, ଗୌତମବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥିଙ୍କ ଦାୟିତ୍ବ ପ୍ରଦାନ କରିଛନ୍ତି ନବୀନ ପଟ୍ଟନାୟକ।