spot_img

Latest Posts

କଳାହାଣ୍ଡି ଜିଲ୍ଲାରେ ସୁଧୁରୁନି ମଣ୍ଡି ସମସ୍ୟା: ଚାଷୀମାରଣ ନୀତି ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ

ଖରିଫ ଯାଇ ରବି ହେଲାଣି । ଏଯାଏଁ ସରୁନି ଖରିଫ ଧାନ କିଣା । ବେଧଡ଼କ ଚାଲିଛି କଟନୀ ଛଟନୀ । କଳାହାଣ୍ଡି ଜିଲ୍ଲାରେ ସୁଧୁରୁନି ମଣ୍ଡି ସମସ୍ୟା । ଜିଲ୍ଲାର ବିଭିନ୍ନ ମଣ୍ଡିରେ ପଡ଼ିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ବସ୍ତା । ଶୀତ କାକରରେ ମଣ୍ଡିରେ ରାତି ବିତାଉଛନ୍ତି ଚାଷୀ । ସେପଟେ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ଗର୍ଜିଛି ବିଜୁ ଜନତା ଦଳ । ଧର୍ମଗଡ ବ୍ଲକର ବିଭିନ୍ନ ମଣ୍ଡି ପରିଦର୍ଶନ କରି ସ୍ଥାନୀୟ ପ୍ରଶାସନ ଓ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲା ବିଜେଡିର ଏକ ଟିମ୍ । ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନର ଚେତାବନୀ ଦେଇଛି ଦଳ ।

ନଭେମ୍ବର ୨୯ ତାରିଖରୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେଲାଣି । ହେଲେ ଆଜି ବି ଧର୍ମଗଡ଼ ବ୍ଲକର ବୋଡ଼େନ, ବଡ ଫୁର୍ଲା, ତମ୍ବା ଛଡ଼ା, କାଙ୍କେରୀ ପରି ଅନେକ ମଣ୍ଡିରେ ୨୦ ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ମିଲର୍ସ ଆସୁନଥିବାରୁ ଧାନ ଉଠୁନଥିବା କହିଛନ୍ତି କ୍ରୟ ଅଧିକାରୀ । କେବେ ଚାଷୀଙ୍କ ଧାନ କିଣା ସରୁଛି ? ତାକୁ ହିଁ ଅପେକ୍ଷା ।

Latest Posts

Don't Miss