ସ୍ନେହାଙ୍ଗିନୀଙ୍କୁ ସ୍ନେହର ବର୍ଷା ; ନୂଆପଡା ପ୍ରତି ବିଜୁ ଓ ନବୀନଙ୍କ ଅବଦାନ ହେବ ଶ୍ରେଷ୍ଠ ଆୟୁଧ

ନୂଆପଡ଼ା : ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଭାଗ୍ୟ ପରୀକ୍ଷା । ଦିନକୁ ଦିନ ବଢୁଛି ଶକ୍ତି । ନୂଆପଡା ପ୍ରତି ବିଜୁ ଓ ନବୀନଙ୍କ ଅବଦାନ ହେବ ଶ୍ରେଷ୍ଠ ଆୟୁଧ । ଗତକାଲି ମାଆ ଦୁର୍ଗାଙ୍କ ଆଶୀର୍ବାଦ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ ସ୍ନେହାଙ୍ଗିନୀ । ଦୀର୍ଘ ୨୪ ବର୍ଷ ଧରି ବିଜେଡି ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନହିତକର ଯୋଜନାକୁ ନେଇ ଆମେ ଲୋକ ମାନଙ୍କ ପହଁଚିବୁ ବୋଲି ପ୍ରାର୍ଥୀପତ୍ର ଦାଖଲ ପରେ ସ୍ନେହାଙ୍ଗିନୀ କହିଛନ୍ତି । ନୂଆପଡ଼ାରେ ଏଥର ମୁଖ୍ୟ ପ୍ରସଙ୍ଗ ହେବ ବିକାଶ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏହି ମାଟି ପ୍ରତି ଥିବା ଭଲପାଇବାକୁ ପୁଞ୍ଜି କରିଛି ବିଜେଡି
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ମାଟି ପାଇଁ ଯାହା କରିଛନ୍ତି ଅଞ୍ଚଳବାସୀ ମାନେ ପକାଇବେ ବୋଲି କହିଛନ୍ତି ଦଳୀୟ ନେତା । ନୂଆପଡ଼ା ଉପନିର୍ବାଚନରେ ୧୯ ଜଣ ନାମାଙ୍କନ ଦାଖଲ କରିଛନ୍ତି । ୨୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ୨୪ ତାରିଖ ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ । ତା ପରେ ବାହାରିବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୧୧ ତାରିଖରେ ଭୋଟ । ଏଥିପାଇଁ ଜୋରଦାର ହେଲାଣି ପ୍ରଚାର । ୧୪ରେ ହେବ ଗଣତି ।