ଗୀତ ଗାଇ ସଚେତନତା କରାଉଛନ୍ତି ବିଜେଡ଼ି ମହିଳା କର୍ମୀ

ବଲାଙ୍ଗୀର: କଣ୍ଟାବାଞ୍ଜିରେ ବିଜେଡି ମହିଳା କର୍ମକର୍ତ୍ତାଙ୍କ ନିଆର ସଚେତନତା । କରୋନା ପ୍ରତି ଗୀତ ଗାଇ ଲୋକଙ୍କୁ ସଚେତନ କରିବା ସହ ଗାଁ ଗାଁ ବୁଲି କରୁଛନ୍ତି ମାକ୍ସ ବଣ୍ଟନ । କରୋନା ଲଢେଇରେ ସଚେତନତା ହିଁ ଏକମାତ୍ର ଔଷଧ ବୋଲି ଲୋକଙ୍କୁ ବୁଝାଉଛନ୍ତି ମହିଳା କର୍ମୀ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ।

ଗ୍ରାମାଞ୍ଚଳ ଲୋକେ ଟିକା ନେବା ପାଇଁ ଭୟ ନକରିବାକୁ ବୁଝାଇଛନ୍ତି । ଏହାସହ କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବାକୁ ମଧ୍ୟ କହୁଛନ୍ତି । ମହିଳାଙ୍କ ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ଗାଁଲୋକେ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ଏପରି ମହତ ଉଦ୍ୟେଶ ରଖି ବିଜେଡ଼ି ମହିଳା କର୍ମୀ ସାଧାରଣ ଲୋକଙ୍କୁ ସଚେତନତା କରାଇବା ପକ୍ରିୟାକୁ ସବୁଠୁ ପ୍ରଶଂସା କରାଯାଉଛି  ।

Leave a Reply