ଝାରସୁଗୁଡ଼ାରେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପହଞ୍ଚିଲେ ବିଜେଡିର ଫ୍ଯାକ୍ଟ ଫାଇଣ୍ଡିଙ୍ଗ କମିଟି । କିର୍ମିରା ବ୍ଲକ ଅଧ୍ୟକ୍ଷ୍ୟାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଅନୁଧ୍ଯାନ କରିବ କମିଟି । ଓଡ଼ିଶା ସରକାର ଓ ଛତିଶଗଡ଼ ସରକାର ଚକ୍ରାନ୍ତ କରି କିର୍ମିରାର ୯ ଜଣ ସମିତି ସଭ୍ୟ, ସରପଞ୍ଚ ଧ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଥିଲେ । ଛତିଶଗଡ଼ର ସରେଇପାଲି ଥାନାରେ ସେମାନଙ୍କୁ ଅଟକ ରଖାଯାଇଥିଲା । ଅନାସ୍ଥା ଭୋଟ କରାଇ ନ ଦେବା ପାଇଁ ଏପରି କରାଯାଇଥିଲା । ସେମାନଙ୍କୁ ବହୁତ ସମୟ ଧରି ଛତିଶଗଡ଼ ପୋଲିସ ଅଟକ ରଖିବାରୁ ଅନାସ୍ଥା ଭୋଟ ହୋଇପାରି ନଥିଲା ।

ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ମୁକୁଳିଥିଲେ ପିଆରଆଇ ମେମ୍ବର ଓ ବିଶାଳ ଦାସ । ପୂରା ଘଟଣାର ଅନୁଧ୍ଯାନ କରିବାକୁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।