spot_img

Latest Posts

ବାଲେଶ୍ୱର ଘଟଣା ବିରୋଧରେ ରାଜ୍ୟବ୍ୟାପି ତେଜିଲା ଆନ୍ଦୋଳନ, ଗର୍ଜିଲା ବିଜେଡ଼ି

ବାଲେଶ୍ବର : ବାଲେଶ୍ଵର ଛାତ୍ରୀ ଆତ୍ମାହୂତି ଉଦ୍ୟମ ଘଟଣାରେ ଗର୍ଜିଛି ବିଜେଡି । ରାଜ୍ୟ ସରକାରଙ୍କ ବିରୋଧରେ FM କଲେଜ ସମ୍ମୁଖରେ ବିକ୍ଷୋଭ କରିଛି ଦଳ । ଆଜି ସକାଳେ ବିଜେଡି ଯୁବ ଓ ଛାତ୍ର ସଂଗଠନର ଶହ ଶହ କର୍ମୀ ଏକ ଶୋଭାଯାତ୍ରାରେ କଲେଜ ସମ୍ମୁଖକୁ ଯାଇଥିଲେ। କଲେଜ ଫାଟକ ଆଗରେ ବିକ୍ଷୋଭ କରିଥିଲେ। ପୁରା ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀମାନେ। ବିଶେଷ କରି ପ୍ରିନ୍ସପାଲଙ୍କୁ ଦାୟୀ କରାଯାଇଛି। ପ୍ରିନ୍ସପାଲ ଯଦି ଆକ୍ସନ ନେଇଥାନ୍ତେ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ବିରୋଧରେ, ତେବେ ଏତେ ଘଟଣା ଘଟିନଥାନ୍ତା ।

ସେହିପରି ସ୍ଥାନୀୟ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ଛାତ୍ରୀ ଜଣକ ଏହି କଥା ଜଣାଇଥିଲେ। ସେ ମଧ୍ୟ କିଛି କଲେ ନାହିଁ। ଉଚ୍ଚଶିକ୍ଷା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଙ୍କ ଯାଏ ସମସ୍ତଙ୍କୁ ଜଣାଇଥିଲେ ଛାତ୍ରୀ ଜଣକ। ସେମାନେ ବି କିଛି ଆକ୍ସନ ନେଇନଥିବାରୁ ଆଜି ରାଜ୍ୟ ସରକାର, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରିଛି ବିଜେଡି। କୁଶପୁତ୍ତଳିକା ଦାହ କରାଯାଇଛି ।

FM ଛାତ୍ରୀ ପ୍ରସଙ୍ଗରେ ଚାଲିଛି ଛାନଭିନ୍। କ୍ରାଇମବ୍ରାଞ୍ଚର ଏକ ଟିମ୍ ବାଲେଶ୍ଵରରେ ରହି ଅନୁଧ୍ୟାନ କରୁଛି। ଏହି ଟିମ୍ ଆଜି ମଧ୍ୟ କଲେଜକୁ ଯାଇ ପ୍ରିନ୍ସପାଲ ଓ ICC ସଦସ୍ୟଙ୍କୁ ପଚରା ଉଚରା କରିବାର ସମ୍ଭାବନା ଅଛି। ଗତକାଲି ୩ ଘଣ୍ଟା ଧରି ସେମାନଙ୍କୁ ଜେରା କରାଯାଇଥିଲା। କେମିତି ଏହି ଘଟଣା ଘଟିଲା, କିଏ ଦାୟୀ, ଛାତ୍ରୀକୁ କିଏ ଉସୁକାଇଥିଲା, ଏତେ ବଡ଼ ଚରମ ପଦକ୍ଷେପ ସେ କାହିଁକି ନେବାକୁ ବାଧ୍ୟ ହେଲେ, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍। ଗତକାଲି ୩ ଘଣ୍ଟାରୁ ଅଧିକ ସମୟ ଧରି ସେମାନେ ନିଲମ୍ଵିତ ପ୍ରିନ୍ସପାଲ, ICC କୁ ପଚରା ଉଚରା କରିଥିଲେ। ପୁନର୍ବାର ସମସ୍ତଙ୍କୁ ଡକାଯାଇ ତଦନ୍ତ କରାଯିବ। ପ୍ରାଥମିକ ପର୍ଯ୍ୟାୟର ତଦନ୍ତ ରିପୋର୍ଟ ଡିପାର୍ଟମେଣ୍ଟ ହେଡଙ୍କୁ ଅବଗତ କରାଯାଇଥିବା କ୍ରାଇମବ୍ରାଞ୍ଚ ଟିମ୍ କହିଛି। ସେହିପରି ଉଚ୍ଚ ଶିକ୍ଷା ବିଭାଗର ହାଇ ଲେବୁଲ ଟିମ୍ ମଧ୍ୟ କଲେଜରେ ତଦନ୍ତ କରିଛି। ସେପଟେ ଏହି ଘଟଣାକୁ ନେଇ ବାଲେଶ୍ଵରରେ ଏବେ ବି ଚାପା ଉତ୍ତେଜନା ଅଛି।

Latest Posts

Don't Miss