ସଂରକ୍ଷଣକୁ ନେଇ ବିଧାନସଭାରେ ହଙ୍ଗାମା ; ୯୪ ପ୍ରତିଶତ ବହୁଜନଙ୍କ ପାଇଁ ବିଜେଡିର ଲଢେଇ
1 min read
ଭୁବନେଶ୍ବର: ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲା ବିଜେଡି । ସଂରକ୍ଷଣକୁ ନେଇ ବିଧାନସଭାରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ଗୃହରେ ସଂରକ୍ଷଣ ଦାବି ନେଇ ବିଜେଡିର ହଙ୍ଗାମା । ସଂରକ୍ଷଣ ବ୍ୟବସ୍ଥା ନେଇ ବରିଷ୍ଠ ନେତା ଗଣେଶ୍ଵର ବେହେରା କହିଛନ୍ତି, ଜନସଂଖ୍ୟାର ଭାଗ ୯୪ ପ୍ରତିଶତ ହେଉଛନ୍ତି SC ST ଓ OBC । SC ST ହେଲେ ୪୯.୯୮ ପ୍ରତିଶତ କିନ୍ତୁ ମିଳୁଛି ୩୮.୭୫ % । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ନବୀନ ସରକାର ଏହାକୁ ୨୦ରୁ ୩୮.୭୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ବୈଷୟିକ ଶିକ୍ଷାରେ କେବଳ ୨୦ ପ୍ରତିଶତ ସଂରକ୍ଷଣ ମିଳୁଛି । କାହିଁକି ୪୯. ୯୮ ପ୍ରତିଶତ ନମିଳିବ । ଓବିସିଙ୍କୁ ଯେତେ ସଂରକ୍ଷଣ ମିଳିବା କଥା ମିଳୁନି ଏହା ଅବିଚାର ଅଟେ । ବିଜେଡି ତାଙ୍କ ପାଇଁ ସ୍ୱର ଉଠାଉଛି କିନ୍ତୁ ସରକାର ଆଳ ନେଉଛନ୍ତି ଯେ ଆମେ OBCଙ୍କ ପାଇଁ ଅଛୁ ହେଲେ କାର୍ଯ୍ୟରେ ରହୁନି । ରାଜ୍ୟ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି ।
ସେହିପରି ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି, ବିଜୁ ପଟ୍ଟନାୟକ ୨୭ ପ୍ରତିଶତ OBC ସଂରକ୍ଷଣ ଦେଉଥିଲେ। ହରପ୍ରିୟ ଦାସ ବନାମ ରାଜ୍ୟ ସରକାର ମାମଲାରେ ଏହାକୁ ୧୧.୨୫ ପ୍ରତିଶତକୁ ଖସାଇ ଦିଆଗଲା । ବିଜେପି ସବକା ସାଥ ସାବକା ବିକାଶ କହୁଛି ହେଲେ ଫଳ ଶୂନ । ୫୦ % ରୁ ଅଧିକ ସଂରକ୍ଷଣ ପାଇଁ ସଂକଳ୍ପ ଓଡ଼ିଶା ବିଧାନସଭାରେ ଆସୁ । ୯୪ % ବହୁଜନମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆମର ଲଢେଇ। ଏହି ଲଢ଼େଇକୁ ବିଜେଡି ରାସ୍ତାଘାଟକୁ ନେବ। ଜାତିଭିତ୍ତିକ ଜନଗଣନା ହେଲେ ଜଣା ପଡିବ ଉଚ୍ଚ ବର୍ଗ ଓ ଆଦିବାସୀ OBC କେତେ ଅଧିକାର ପାଇଛନ୍ତି । ଡବଲ ଇଂଜିନ ସରକାର ଡବଲ ଧୋକା ନ ଦିଅନ୍ତୁ ।
ସେପଟେ ଅରୁଣ ସାହୁ କହିଛନ୍ତି, ଜିସକି ଜିତିନା ହିସେଦାରୀ ଉସକୀ ଉତ୍ନୀ ଭାଗିଦାରୀ। ସଂଖ୍ୟା ଯାହାର ଯେତେ, ତା ଭାଗିଦାରୀ ସେତେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଚିଠି ଲେଖିଥିଲେ OBC ସଂରକ୍ଷଣ ପାଇଁ । ନୂଆ ସରକାର ଆସିଲେ କାର୍ଯ୍ୟକାରୀ ହେବ। ଜୁନ ଜୁଲାଇରେ ନାମଲେଖା ସରିଗଲା। ସେ ସମୟରେ ଶିଶୁ ସରକାର ଥିଲା ଏବେ ସରକାର ବଡ଼ ହେଲେଣି କିନ୍ତୁ କିଛି ଶିଖୁ ନାହାନ୍ତି । ଏ ସରକାର ହେଉଛି ଶୁଖୁଆ ସରକାର । ନାମଲେଖା ହେଲାଣି । ହେଲେ ଏ ଯାଏଁ ସଂରକ୍ଷଣ ହେଲାନି। ନିଯୁକ୍ତି କ୍ଷେତ୍ରରେତ OBC ଙ୍କୁ ପଛକୁ ଠେଲି ଦେଲେଣି । ବିଧାନସଭା ଭିତରେ, ବାହାରେ, PMG ଛକ ସମେତ ରାଜ୍ୟ ରାଜ୍ୟରେ ଲଢେଇ ହେବ ବୋଲି ଅରୁଣ ସାହୁ ଚେତାବନୀ ଦେଇଛନ୍ତି ।