ମୃତ ଲୋକଙ୍କ ନାଁରେ ଭୋଟ ଦେଇଛି ଜେଏମ୍‌ଏମ୍: ପୁନଃ ଗଣତି ଦାବି କଲା ବିଜେଡି

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ବିଷୋୟୀ ବ୍ଳକ୍‌ ଅନ୍ତର୍ଗତ ୩୩ ନମ୍ୱର ଜୋନ୍‌ ଜିଲ୍ଲା ପରିଷଦ ଆସନରେ ପୁନଃ ଗଣତି ପାଇଁ ଦାବି କରିଛି ବିଜୁ ଜନତା ଦଳ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ଦଳ । ମତଦାନରେ ଜେଏମ୍‌ଏମ୍ ପାର୍ଟି ପକ୍ଷରୁ ବ୍ୟାପାକ ଅନିୟମିତତା କରାଯାଇଛି । ବୁଥ୍‌ ରିଗିଂ ସହିତ ମୃତ ଲୋକଙ୍କ ନାମରେ ଭୋଟ ଦେଇଥିବା ଅଭିଯୋଗ କରିଛି ବିଜେଡି । ଦଳୀୟ ମୁଖପାତ୍ର ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ଲେନିନ୍ ମହାନ୍ତି, ସୁଲତା ଦେଓ, ଇପ୍‌ସିତା ସାହୁ, ମଧୁସ୍ମତା ନାୟକ, ଲୋରା ମହାପାତ୍ର ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବି ଜଣାଇଛନ୍ତି ।

ସୂଚନା ଯୋଗ୍ୟ ଯେ, ପ୍ରଥମ ଦିନର ଭୋଟ ଗଣତିରେ ବିଜେଡିକୁ ମିଳିଛି ବିପୁଳ ସଫଳତା । ଭୋଟରଙ୍କ ଭରସା ସାଜିଛି ବିଜୁ ଜନତା ଦଳ । ମିଛ ପ୍ରତିଶ୍ରୁତି କି ମନଗଢ଼ା କାହାଣୀ ନୁହେଁ ସ୍ୱଚ୍ଛ ଶାସନକୁ ଭରସା କରିଛନ୍ତି ଭୋଟର । ପ୍ରଥମ ଦିନରେ ଗଣତି ହୋଇଥିବା ୩୧୫ ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୨୮୨ ଜିଲ୍ଲାପରିଷଦ ଜୋନ୍‌ ହାତେଇଛି ବିଜେଡି । ସେହିପରି କଂଗ୍ରେସ ୧୪ଟି ଜୋନରେ ଜିତିଥିବା ବେଳେ ବିଜେପି ୧୫ଟି ଜୋନରେ ସନ୍ତୁଷ୍ଟ ରହିଛି ବିଜେପି । ସ୍ୱାଧୀନକୁ ୨ ଓ ଅନ୍ୟ ଦଳଙ୍କୁ ମିଳିଛି ୨ଟି ଆସନ ହାତେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ବରଗଡ଼: ୧୦ ଆସନରେ ବିଜେଡି ଓ ୨ଟିରେ ବିଜେପି ବିଜୟୀ

 

Leave a Reply