ଆକ୍ରମଣକାରୀ ବିଜେପି କର୍ମୀଙ୍କୁ ଗିରଫ କର: ବିଜେଡି

ଭୁବନେଶ୍ୱର: ରାଜନୈତିକ ଆକ୍ରୋଶ ରଖି ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି ବିଜେଡି ନେତ୍ରୀ  ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଗତକାଲି ପଦ୍ମପୁର ବ୍ଲକର ଦହିଗାଁ ପଞ୍ଚାୟତ ଅର୍ନ୍ତ ବୁବୁଦା ଗ୍ରାମରେ ବିଜେପି କର୍ମୀ ରିଙ୍କୁ ମେହେର ଓ ତାଙ୍କ ସହଯୋଗୀଙ୍କ ମରଣାନ୍ତକ ଆକ୍ରମଣରେ ଶ୍ରୀ ସଞ୍ଜୁ ବରିହା ନାମକ ଜଣେ ବିଜେଡି କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି ।

ବିଜେଡି କର୍ମୀ  ବରିହାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବର୍ତ୍ତମାନ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‍ସାର)କୁ ସ୍ଥାନାନ୍ତରକରାଯାଇଛି ।  ବରିହାଙ୍କ ଉପରେ ଏହି ମରଣାନ୍ତକ ଆକ୍ରମଣ କରିଥିବା ବିଜେପି କର୍ମୀ ରିଙ୍କୁ ମେହେର ଏବଂ ଅନ୍ୟ
ବିଜେପି କର୍ମୀଙ୍କୁ ତୁରନ୍ତ ଗିରଫ କରିବାକୁ ଆମେ ଦାବି କରୁଛୁ । ଏହି ସମୟରେ ଆମେ ଆପଣଙ୍କୁ ମନେ ପକାଇବାକୁ ଚାହୁଁଛୁ ଯେ ବରଗଡ ଜିଲ୍ଲାରେ ୨୦୧୮ ହୋଇଥିବା
ବିଜେପୁର ଉପନିର୍ବାଚନ ସମୟରେ ଦୁଇ ବିଜେପି ନେତା ବିଜେଡି ବିଧାୟକ ଶ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ଏହି ଦୁଇ ବିଜେପି ନେତା ଏବେ ପଦ୍ମପୁର ଉପନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ସାଜିଛନ୍ତି । ଏହି ଜଘନ୍ୟ ଅପରାଧ ପାଇଁ ସେମାନେ ଜେଲରେ ଥିଲେ ଏବଂ ବର୍ତ୍ତମାନ ଜାମିନରେ ଆସି ବିଜେପି ପାଇଁ ପ୍ରଚାର କରୁଛନ୍ତି । ଏହା ଦର୍ଶାଉଛି ଯେ ଜଘନ୍ୟ ଅପରାଧରେ ଜଡିତ ବିଜେପିର ଏହି ଅଭ୍ୟାସଗତ ଅପରାଧିମାନେ ଉପନିର୍ବାଚନର କ୍ଷତି ଭରଣା ପାଇଁ ହିଂସାକାଣ୍ଡ ଭିଆଇବେ ।  ସଞ୍ଜୁ ବରିହାଙ୍କ ଉପରେ ହୋଇଥିବା ଏହି ଆକ୍ରମଣ ସମ୍ପର୍କରେ ବେି ଜଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ ଏବଂ ଆବେଦନ ମଧ୍ୟ ଦାଖଲ କରିଥିବା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି ।