spot_img

Latest Posts

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବି କରି ରାଜରାସ୍ତାକୁ ଓହ୍ଲାଇଲା ବିଜେଡି

କେନ୍ଦ୍ରାପଡ଼ା ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା । ଆକ୍ରମଣକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି। ରାଜନଗର ହଂସୁଆ ସେତୁ ଉପରେ ରାସ୍ତାରୋକ କରିଛି ବିଜେଡି । ରାଜନଗର ବିଜେଡିର ଶତାଧିକ କର୍ମୀ ରାସ୍ତାରୋକ କରି ହଂସୁଆ ସେତୁ ଉପରେ ବସିରହିଛନ୍ତି । ଫଳରେ ଶହ ଶହ ଗାଡି ମୋଟର ଅଟକି ରହିଛି । ଗତକାଲି ରାଜନଗର ବ୍ଲକ କାର୍ଯ୍ୟାଳୟର ବିଡିଓଙ୍କ ଚ୍ୟାମ୍ବର ଭିତରେ ବିଜେପି ନେତା ଲଳିତ ବେହେରା ଓ ତାଙ୍କ ସମର୍ଥକ ବିଡିଓଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ଟେବୁଲରେ ଥିବା କମ୍ପୁଟର ଉଠାଇ ବାଡେଇବା ପାଇଁ ଉଦ୍ୟତ ହୋଇଥିଲେ । ଯେଉଁଥିପାଇଁ ରାଜନଗର ବ୍ଲକରେ ଅଚଳା ଅବସ୍ଥା ଦେଖା ଦେଇଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟ ଠପ ହୋଇଯାଇଛି। ଏହାକୁ ନେଇ ରାଜନଗରରେ ଉତ୍ତେଜନା ଦେଖାଦେଇଛି । ବିଜେଡି ରାସ୍ତାରୋକ କରି ପ୍ରତିବାଦ କରିଛି । ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ, ଅତିରିକ୍ତ ଏସପି ସମେତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମହିଳା ଅଫିସର ଏସଆଇଆର କାମ କରୁଥିବା ବେଳେ ତାଙ୍କୁ ଆକ୍ରମଣ ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ବିଜେଡି। ବର୍ତ୍ତମାନ ପୋଲିସ ଥାନାଗୁଡିକ ବିଜେପି ଅଫିସ ହେଲାଣି। ଅହଂକାର ବଢ଼ିଲାଣି। ଅପରାଧୀ ମନୋଭାବ ଯୋଗୁଁ କେହି କାହାକୁ ମାନୁ ନାହାନ୍ତି ବୋଲି କହିଛି ବିଜେଡି।

Latest Posts

Don't Miss