ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ପୁଣି ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଫେକ୍ ଭିଡିଓ ମାନ୍ୟୁଫାକଚରିଂ କରୁଛି ବିଜେପି ଆଇଟି ସେଲ୍। ଧାମନଗର ଉପନିର୍ବାଚନ ହାରିବା ଭୟରେ କରୁଛି ଏଭଳି କାଣ୍ଡ। କିଛି ଦିନ ତଳେ ଏପରି ଏକ ଭିଡିଓ ବିଜେଡିର ଛବି ମଳିନ କରିବାକୁ ଉଦ୍ୟମ କରିଥିଲା । ଏବେ ଆଉ ଏକ ଅଡିଓ କ୍ଲିପ୍ ଦ୍ବାରା ଧାମନଗରକୁ ଅଶାନ୍ତ କରିବାକୁ ଉଦ୍ୟମ କରୁଛି ବିଜେପି । ଏଥିରେ ମଧ୍ୟପ୍ରଦେଶର ଏକ ମୋବାଇଲ ନମ୍ବର ବ୍ୟବହାର ହେଉଥିବା ତଦନ୍ତରୁ ଜଣାପଡିଛି । ଏହା ପଛରେ କାହାର ହାତ ଅଛି ବିଜେଡି ଜାଣିସାରିଛି । ଘଟଣା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି କରିଛି ବିଜେଡି ପ୍ରତିନିଧି ଦଳ ।