ବିଜେଡିର ଫେରାଦ: ହାରିବା ଭୟରେ ହିଂସା ଆପଣାଇଛି ବିଜେପି

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ କରିଥିଲେ ହିଂସା । ଦ୍ବିତୀୟ ପର୍ୟ୍ୟାୟରେ ସମାନ ଢ଼ଙ୍ଗରେ ହିଂସାର ରାସ୍ତା ଆପଣେଇଲା ବିଜେପି । ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ହିଂସା କରୁଛି ବିଜେପି । ଆଜି ଜଗତସିଂହପୁରର ୨ଟି ସ୍ଥାନରେ ବିଜେପିର ଗୁଣ୍ଡାଗିରି ଯୋଗୁ ଭୋଟଦାନ ବନ୍ଦ ରହିଛି । ନିର୍ବାଚନରେ ହିଂସା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପିର ହିଂସା ନିର୍ବାଚନ କମିଶନଙ୍କୁ ଭେଟିଲେ ବିଜେଡି ନେତା । ହିଂସା ବିରୋଧରେ ଫେରାଦ ହେଲା ବିଜେଡି । ଏଥର ପଞ୍ଚାୟତରେ ବିଜେଡି ଐତିହାସିକ ବିଜୟ ଲାଭ କରିବ । ରାଜ୍ୟ ବିଜେପି ଏନେଇ ଭୟଭୀତ ହୋଇଥିବାରୁ ହିଂସାର ପନ୍ଥା ଆପଣାଇଛି ।