ରାଜ୍ୟସଭା ପାଇଁ ୪ ଜଣଙ୍କ ନାଁ ଘୋଷଣା କଲା ବିଜେଡି

BJD Declared Candidate Names For Rajya Sabha Elections

ଭୁବନେଶ୍ୱର: ରାଜ୍ୟସଭା ପାଇଁ ୪ ଜଣଙ୍କ ନାଁ ଘୋଷଣା କରିଛି ବିଜେଡି । ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡ. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କୁ ଟିକେଟ୍ ଦେଇଛି ଦଳ । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କ ନାଁରେ ମୋହର ମାରିଛନ୍ତି । ସସ୍ମିତ ପାତ୍ରଙ୍କୁ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ପଠାଇଛି ।

BJD Declared Candidate Names For Rajya Sabha Elections

ଏବେ ମାନସ ମଙ୍ଗରାଜ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଅଛନ୍ତି । ସେହିଭଳି ରାଜ୍ୟସଭା ସାଂସଦ ଥିବା ଡ. ସସ୍ମିତ ପାତ୍ର ପୁଣି ଥରେ ରାଜ୍ୟସଭା ଯିବେ । ମହିଳା ସଶକ୍ତିକରଣ କ୍ଷେତ୍ରରେ କାମ କରୁଥିବା ସୁଲତା ଦେଓଙ୍କୁ ଦଳ ରାଜ୍ୟସଭା ଟିକେଟ୍ ଦେଇଛି । ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ରାଜ୍ୟସଭା ଟିକେଟ୍ ଦେଇଛି ।

 BJD Declared Candidate Names For Rajya Sabha Elections

ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ଜୁନ ୨ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷଦିନ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ ।