ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣାକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ବିଜେଡି । ନିର୍ଭୟା ଘଟଣାରେ ଯାଇଥିଲା ଗୋଟେ ସରକାର । ହେଲେ ସବୁ ଜାଣି ମଧ୍ଯ ବିଜେପିର ଆଚରଣ ଓ ଉଚ୍ଚାରଣରେ ପରିବର୍ତ୍ତନ ଆସିନି । ମହିଳାଙ୍କୁ ପ୍ରାଧାନ୍ୟ ଦେଉଛି ବୋଲି ବିଜେପି ଘୋଷି ହେଉଛି । କିନ୍ତୁ ବିଜେପି ମହିଳାଙ୍କୁ ସମ୍ମାନ ଦିଏ ନାହିଁ କି ସୁରକ୍ଷା ଦିଏନାହିଁ । ଦିଲ୍ଲୀ ଘଟଣାରୁ ଏହା ସ୍ପଷ୍ଟ ବୋଲି କହି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ ।

ଓଡ଼ିଶାର ଭରତପୁର ଥାନା ଘଟଣା ସାରା ଦେଶ ଦେଖିଲା । ବିଜେପି ଗୋଟେ କଥା କୁହେ, କାମ ଆଉ ଗୋଟେ କରେ । ଓଡ଼ିଶାର ମହିଳାଙ୍କ ସହ ଦୁଷ୍କର୍ମ ପରେ ଚୁପ ରହିଲେ ଆବାସିକ କମିଶନ । ଆଇସିୟୁରେ ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ପୀଡିତା । କିନ୍ତୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗି ନାହିଁ । ପୂଜା ମଣ୍ଡପ ବୁଲୁଛନ୍ତି ସରକାର । ଏମାନଙ୍କର ମହିଳାଙ୍କ ପ୍ରତି ସମବେଦନା ନାହିଁ । ବିଜେପି ସରକାରରେ ମହିଳା ନିଜେ ନିଜକୁ ସୁରକ୍ଷା ଦେବା ଦରକାର । ଏହା ହେଉଛି ଡବଲ ଇଞ୍ଜିନ ସରକାରର ଶାସନ କହି ବର୍ଷିଛନ୍ତି ସୁଲତା ।