ପୁଣି CEOଙ୍କ ନିକଟରେ ବିଜେପି ବିରୁଦ୍ଧରେ ଫେରାଦ ହେଲା ବିଜେଡି
1 min read
ଭୁବନେଶ୍ବର: ନିର୍ବାଚନ ଆଚରଣ ଵିଧି ଉଲଂଘନ ବିଜେପିର ଅଭ୍ୟାସ ହୋଇ ପଡ଼ିଲାଣି । ପିଲା ମାନଙ୍କୁ ନିର୍ବାଚନ କାମରେ ବ୍ୟବହାର କରିବା ହେଉ କି ସରକାରୀ ଅଧିକାରୀଙ୍କୁ ଧମାକାଇବା ପରି ଘଟଣା ନେଇ ଆମେ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ।
ଗତ ୨୦ ତାରିଖରେ କେନ୍ଦୁଝର ସଦର ପଦମପୁର ଗ୍ରାମ ପଞ୍ଚାୟତର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ନିର୍ବାଚନ ମିଟିଙ୍ଗ କରିଥିଲେ ବିଜେପି କେନ୍ଦୁଝର ବିଧାୟକ ପ୍ରାର୍ଥୀ ମୋହନ ମାଝୀ । ଶିକ୍ଷାନୁଷ୍ଠାନକୁ ନିର୍ବାଚନ କାମରେ ବ୍ୟବହାର କରିବା ହିଁ ଆଦର୍ଶ ଆଚରଣ ଵିଧିର ଉଲଂଘନ । ଏହା ବିରୋଧରେ ପଦକ୍ଷେପ ନେବାକୁ CEO ଙ୍କୁ ଅନୁରୋଧ କରିଛନ୍ତି ବିଜେଡିର ଏକ ପ୍ରତିନିଧି ମଣ୍ଡଳ ।