ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କଲା ପ୍ରାର୍ଥୀ ତାଲିକା

ଯାଜପୁର: ଯାଜପୁର ପୌରପାଳିକା ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ ତାଲିକା । ୧୮ କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । ତାଲିକାରେ ମହିଳା ଓ ନୂଆ ମୁହଁକୁ ପ୍ରାଧାନ୍ୟ ଦିଆଯାଇଛି । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ରଞ୍ଜୁଲତା ହୋତାଙ୍କୁ ପୌରାଧ୍ୟକ୍ଷ ଟିକେଟ ଦେଇଛି ଦଳ ।

ନିର୍ବାଚନରେ ବିଜୁ ଜନତା ଦଳ ପୌରପାଳିକା ହାତେଇବା ନେଇ ସମସ୍ତ ପ୍ରକାର ଋଣନିତୀ ପ୍ରକାଶ କରିଛି  । ଦଳ କିପରି ତୃଣମୂଳ ସ୍ତରରେ ପହଁଚି ସାଧାରଣ ଲୋକଙ୍କ ପାଖରେ ଲୋକାଦୃତ ହୋଇପାରିବ ସେନାଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି  ।  ଏଥର ମଇଦାନରେ ଅନେକ ନୂଆ ମୁହଁକୁ ଦଳ ସୁଯୋଗ ଦେଇଛି । ମୋଟ ୧୮ଟି ୱାର୍ଡରେ ୯ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ । ସେହିପରି ୧୮ଜଣିଆ ତାଲିକାରେ ୧୬ ଜଣ ନୂଆ ମୁହଁ ରହିଛନ୍ତି । ଦଳୀୟ ଟିକେଟ ପାଇବା ପରେ ମୁଖ୍ୟମନ୍ତ୍ରୀ ଓ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରାର୍ଥୀ ।

Leave a Reply