ପ୍ରାର୍ଥିପତ୍ର ଦାଖଲ ନେଇ ବିଧାନସଭାରେ ପହଞ୍ଚିଲେ ବିଜେଡି ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର: ବିଧାନସଭାରେ ପହଞ୍ଚିଲେ ବିଜେଡିର ୪ ରାଜ୍ୟସଭା ପ୍ରାର୍ଥୀ । ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ୪ ରାଜ୍ୟସଭା ପ୍ରାର୍ଥୀ । ଦିନ ୧୧ଟାରେ ବିଜେଡିର ୪ ଜଣ ରାଜ୍ୟସଭା ପ୍ରାର୍ଥୀ ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ନିରଞ୍ଜନ ବିଶି ପ୍ରାର୍ଥିପତ୍ର ଦାଖଲ କରିବେ । ୩ଟି ଆସନରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ରହିଛି । ସେହିପରି ଗୋଟିଏ ଆସନରେ ଉପନିର୍ବାଚନ ପାଇଁ ଜୁନ ୨ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ୩ଟି ଆସନରେ ନିର୍ବାଚନ ହେଉଛି । ସେହିପରି କଟକ ମେୟର ଭାବେ ସୁବାସ ସିଂହ ନିର୍ବାଚିତ ହେବା ପରେ ରାଜ୍ୟସଭାରୁ ଇସ୍ତଫା ଦେଇଥିବାରୁ ତାଙ୍କ ଆସନ ପାଇଁ ଉପନିର୍ବାଚନ ହେଉଛି ।

ଏଥିସହିତ ପଢ଼ନ୍ତୁ: ନାମାଙ୍କନ ପୂର୍ବରୁ ସପରିବାର ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ମାନସ ମଙ୍ଗରାଜ