ରାଜ୍ୟସଭାକୁ ଗଲେ ବିଶି, ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ  । ମିଳିଥିବା ସୂଚନା ମୁତାବକ ଅପରାହ୍ନ ୩ଟା ସୁଦ୍ଧା କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି  ।

ରାଜ୍ୟସଭାକୁ ବିନା ଦ୍ୱିଧାରେ ନିରଞ୍ଜନ ନିର୍ବାଚିତ ହୋଇଛନ୍ତି  ।  ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ନିରଞ୍ଜନଙ୍କୁ ଦେଇଛନ୍ତି ସାର୍ଟିଫିକେଟ । ଫଳରେ ଆଜିଠାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ଆଗରୁ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ  । ସେହିପରି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ  ।