ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଲା ବିଜେଡି: ଦରବୃଦ୍ଧି, ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟ ଅସହନୀୟ
1 min readଭୁବନେଶ୍ବର: ସମ୍ବଲପୁରରେ ବିଜେଡିର ଯୁଦ୍ଧଂଦେହୀ ଡାକରା । ରାଜ୍ୟ ସରକାରଙ୍କ ଅପାରଗତା ବିରୋଧରେ ବିଶାଳ ଗଣ ବିକ୍ଷୋଭ । ପ୍ରତିଶ୍ରୁତି ଦେଇ ସରକାରକୁ ଆସିବା ପରେ ଭୁଆଁ ବୁଲାଇଛି ଡବଲ ଇଞ୍ଜିନ୍ ସରକାର । ପ୍ରତାରଣା ପାଲଟିଛି ନିର୍ବାଚନୀ ପ୍ରତିଶ୍ରୁତି । ଦରବୃଦ୍ଧିରେ ଅତିଷ୍ଟ ଜନତା, ସୁଭଦ୍ରା ଯୋଜନାରେ ମହିଳାଙ୍କୁ ପ୍ରତାରଣା, ମାଗଣାରେ ୩ଶହ ୟୁନିଟ ବିଦ୍ୟୁତ୍ ଧୁଆଁବାଣ, କାନ୍ଦୁଛନ୍ତି ରାଜ୍ୟର ଚାଷୀ । ତେଣୁ ଏହାର ପ୍ରତିବାଦରେ ଆଜି ମୈଦାନକୁ ଓହ୍ଲାଇଛି ବିଜେଡି । ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଜୁ ଜନତା ଦଳର ନେତା କର୍ମୀଙ୍କ ସହ ହଜାର ହଜାର ଜିଲ୍ଲାବାସୀ l
ସମ୍ବଲପୁର ସହରରେ ଅନେକ ସମସ୍ୟା ଥିଲେ ସୁଦ୍ଧା ବିଧାୟକ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ରୋହିତ ପୂଜାରୀ । ବିଧାୟକ ଜୟ ନାରାୟଣ ମିଶ୍ର କଳା ଚଷମା ପିନ୍ଧି ସହରର ସମସ୍ୟା ଦେଖିପାରୁ ନାହାଁନ୍ତି ବୋଲି ସେ କଟାକ୍ଷ କରିଛନ୍ତି । ଏହି ଜନ ଆନ୍ଦୋଳନରେ ବିଜେଡି ଜିଲ୍ଲା ସଭାପତି ରୋହିତ ପୂଜାରୀ, ପୂର୍ବତନ ବିଜେଡ଼ି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରେଙ୍ଗାଲି ବିଜେଡି ବିଧାୟକ ସୁଦର୍ଶନ ହରିପାଲ, ଦେବଗଡ ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ ଯୋଗଦେଇଥିଲେ । ତେବେ ଏହା କେବଳ ଟ୍ରେଲର, ଆଗାମୀ ଦିନରେ ରାଜ୍ଯ ସରକାର ଠୋସ ପଦକ୍ଷେପ ନନେଲେ ପ୍ରକୃତ ଫିଲ୍ମ ଦେଖିବେ ବୋଲି ନେତା ଓ କର୍ମୀ ଚେତାବନୀ ଦେଇଛନ୍ତି ।