ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା, ବ୍ଲକ୍ ଓ ମ୍ୟୁନିସିପାଲିଟିରେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ମିଳିଛି । ବ୍ଲକ ଓ ମ୍ୟୁନିସିପାଲିଟିରେ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । କିରମିରା ବ୍ଲକ ଦାୟିତ୍ୱରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଓ ଟୁକୁନି ସାହୁଙ୍କୁ ଦାୟିତ୍ବ ମିଳିଥିବାବେଳେ କୋଲାବିରା ବ୍ଲକ ଦାୟିତ୍ୱରେ ରହିବେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ସରୋଜ ମେହେର ।

ସେହିପରି ଝାରସୁଗୁଡ଼ା ବ୍ଲକ ଦାୟିତ୍ୱରେ ପଦ୍ମନାଭ ବେହେରା ଓ ଅରୁଣ ସାହୁ, ଲଇକେରା ବ୍ଲକ ପାଇଁ ମନ୍ତ୍ରୀ ପ୍ରତାପ ଦେବ, ବିଧାୟକ ଦିବ୍ୟଶଙ୍କର ମିଶ୍ର ରହିବେ । ଝାରସୁଗୁଡ଼ା ମ୍ୟୁନିସିପାଲିଟି ଦାୟିତ୍ୱରେ ରହିବେ ୪ ବରିଷ୍ଠ ନେତା । ସେମାନେ ହେଲେ ପ୍ରତାପ ଜେନା, ପୁଷ୍ପେନ୍ଦ୍ର ସିଂହଦେଓ, ସ୍ନେହାଙ୍ଗିନୀ ଛୁରିଆ ଓ ରୀତା ସାହୁ । ଏନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।