ଯୁବ ବିଜୁ ଜନତା ଦଳର ନବକଳେବର, ତୃଣମୂଳରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କୁ ମିଳିଲା ପ୍ରାଧାନ୍ୟ

1 min read

୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡି ନିଜର ପ୍ରମୁଖ ଛାମୁଆ ସଙ୍ଗଠନର ନବକଳେବର କରିଛି । ନୂଆ କରି ବିଜୁ ଯୁବ ଜନତା ଦଳର ରାଜ୍ୟସ୍ତରୀୟ କର୍ମକର୍ତ୍ତା ଏବଂ ଜିଲା ଯୁବ ସଭାପତିମାନଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଦଳ ପକ୍ଷରୁ ଏହି ତାଲିକା ଘୋଷିତ ହୋଇଛି । ଦଳର ଯୁବ ବ୍ୟାପାର ଦାୟିତ୍ୱରେ ଥିବା ପ୍ରଣବ ବଳବନ୍ତରାୟଙ୍କ ଜରିଆରେ ଏ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଯାଇଛି । ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ଥିବାରୁ ଯୁବ କମିଟିରେ ସବୁ ବର୍ଗ, ସବୁ ଅଞ୍ଚଳର ଉପଯୁକ୍ତ ପ୍ରତିନିଧିତ୍ୱ ହୋଇଛି ।


ନୂଆ କମିଟିରେ ବୈକୁଣ୍ଠ ନାୟକଙ୍କୁ କାର୍ଯ୍ୟକାରୀ ବିଜୁ ଯୁବ ଜନତା ଦଳ ସଭାପତି ଭାବେ ମନୋନୀତ କରାଯାଇଛି । ଏଲିନା ଦାସଙ୍କୁ ସଙ୍ଗଠନର ମହାସଚିବ ଭାବେ ନୂତନ ନିଯୁକ୍ତି ମିଳିଛି । ପୂର୍ବତନ ଛାତ୍ର ସଭାପତି ରାଣା ପ୍ରତାପ ପାତ୍ରଙ୍କୁ ୩ ଜଣିଆ ବରିଷ୍ଠ ଉପସଭାପତିଙ୍କ ମଧ୍ୟରେ ରଖାଯାଇଛି । ରାଣାଙ୍କୁ ବାଦ୍ ଦେଇ ଧ୍ରୁତି ରଞ୍ଜନ ମାର୍ଥା, ଜୋତ୍ସାମୟୀ ପରିଡାଙ୍କୁ ମଧ୍ୟ ସମାନ ଦାୟିତ୍ୱ ଦିଆଯାଇଛି । ସେହିପରି ସାରା ଓଡ଼ିଶାକୁ ୬ ଗୋଟି ଜୋନରେ ବିଭକ୍ତ କରାଯାଇଛି । ଏହି ଜୋନରେ ଜଣେ ଜଣେ ଅଭିଜ୍ଞ ଯୁବ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ଜୋନ ପାଇଁ ବିଜୟ କେତନ ସାହୁ, କଟକ-ଶୁଭ୍ରାଶୁଂ ନାରାୟଣ ମିଶ୍ର, ଗଞ୍ଜାମ-ନଚିକେତ ସ୍ୱାଇଁ, ବଲାଙ୍ଗୀର-ମନ୍ଦିର ମହାନ୍ତି, ସମ୍ବଲପୁର-ଦେବାଶିଷ ପରିଡା ଏବଂ କୋରାପୁଟରେ ତାପସ ତ୍ରିପାଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାକୁ ବାଦ୍ ଦେଇ ୧୦ ଜଣିଆ ଉପସଭାପତି ଦାୟିତ୍ୱ ପ୍ରଦାନ କରାଯାଇଛି । ଏହିମାନେ ହେଉଛନ୍ତି- ଛବି ମାହାଳି, ସୋଫିଆ ଆଲାମ, ମାନଭଞ୍ଜନ ବେହେରା, ସୁନୀଲ କୁମାର ମହାନ୍ତି, ସୌମ୍ୟଶଙ୍କର ଚକ୍ର, ମଣ୍ଟୁ ନାୟକ, ସୁଜିତ ପ୍ରସାଦ ଦ୍ୱିବେଦୀ, ଶୁଭାଶିଷ ଖୁଣ୍ଟିଆ, ସୁନୀଲ ପଣ୍ଡା ଏବଂ ଭବାନୀ ଶଙ୍କର ଦାସ । ଉପରୋକ୍ତ କର୍ମକର୍ତ୍ତାଙ୍କୁ ବାଦ ଦେଇ ୨୮ ସାଧାରଣ ସମ୍ପାଦକ, ୩୫ ସମ୍ପାଦକ, ୨୫ ଯୁଗ୍ମ ସମ୍ପାଦକଙ୍କ ତାଲିକା ପ୍ରକାଶ ପାଇଛି ।


ଏହା ବାଦ ୩୦ ଜିଲା ଏ ସାଙ୍ଗଠନିକ ଜିଲା ପାଇଁ ଯୁବ ବିଜେଡି ସଭାପତିଙ୍କ ନାମ ଘୋଷଣା କରାଯାଇଛି । କଟକ ଜିଲା ପାଇଁ ସିର୍ଦ୍ଧାଥ ରାୟଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ଦିଆଯାଇଛି । ନୂଆକରି ଜିଲା ସଭାପତି ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି- ଯାଜପୁର-ପ୍ରତାପ ମହାନ୍ତି, ସୋନପୁର-ଅଶୋକ ନନ୍ଦ, ପୁରୀ-ନାରାୟଣ ସ୍ୱାଇଁ, ରାୟଗଡା-ଦେବାଶିଷ ଖାଡେଙ୍ଗା, କଳାହାଣ୍ଡି-ଆଦିତ୍ୟ ନନ୍ଦ, କୋରାପୁଟ-ଅମିତ ଅଗ୍ରୱାଲ, ସୁନ୍ଦରଗଡ଼-ଦେବେନ୍ଦ୍ର ପ୍ରସାଦ ମାଝୀ, ରାଉରକେଲା-ସୁମନବେଜ୍ , ଝାରସୁଗୁଡା-ପ୍ରଶାନ୍ତ ଜେନା ଏବଂ ଗଜପତି ଜିଲାରେ ଏସ୍ ରଙ୍ଗରାଜୁଙ୍କୁ ଯୁବ ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଛି । ମୟୂରଭଞ୍ଜ ଗ୍ରାମୀଣ ଓ ସହର ପାଇଁ ଅରୁଣ ବରାଡ, ଅଭିଶେକ ପଟ୍ଟନାୟକ, ଭଦ୍ରକ ପାଇଁ ମୁକୁନ୍ଦ ଦେବ ସାମଲ , ବ୍ରହ୍ମପୁର-ଅଜିତ ପଣ୍ଡା, ଦେଓଗଡପାଇଁ ପ୍ରତାପ କୁମାର ଦେବ, କଟକ-ସ୍ମୃତି ରଞ୍ଜନ ନାୟକ, କଟକ ସିଟି-ମନଜିତ ଦାସ ପ୍ରମୁଖଙ୍କୁ ଦାୟିତ୍ୱ ମିଳିଛି ।

Leave a Reply