ନାମଲେଖା ପାଇଁ କାମ ଦେବନି ସାଂସଦଙ୍କ ସୁପାରିସ୍, ବିଜେଡି ଓ କଂଗ୍ରେସର ବିରୋଧ

BJD And Congress Oppose Centre's Decision Over Central Schools Admission

ଭୁବନେଶ୍ୱର: କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ କୋଟାରେ ନାମଲେଖା ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଂସଦ । କୋଟା ସୁପାରିସ୍ ପୂର୍ବ ପରି ଲାଗୁ କରିବା ପାଇଁ ସାଂସଦମାନେ ଦାବି କରିଛନ୍ତି । ଲୋକ ପ୍ରତିନିଧିଙ୍କ କୋଟା ବନ୍ଦକୁ ସମାଲୋଚନା କରିଛି କଂଗ୍ରେସ । ତୁରନ୍ତ କେନ୍ଦ୍ର ସରକାର ଏ ନିଷ୍ପତ୍ତିର ପୁନଃବିଚାର କରିବାକୁ ଦଳ ଦାବି କରିଛି । ଅନ୍ୟପଟେ ଏ ପ୍ରସଙ୍ଗରେ ଦୃଢ଼ ଯୁକ୍ତି ବାଢିଛି ବିଜେପି । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

BJD And Congress Oppose Centre's Decision Over Central Schools Admission

କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ସମୟରେ କାମ ଦେବନି ସାଂସଦଙ୍କ ସୁପାରିସ୍ । ନାମଲେଖାରେ ସାଂସଦଙ୍କ କୋଟାକୁ ସ୍ଥଗିତ କରିଛନ୍ତି କେନ୍ଦ୍ର ସରକାର । ସଂସଦ ଅଧିବେଶନରେ କୋଟାକୁ ବୃଦ୍ଧି କରିବା ପାଇଁ କିଛି ସାଂସଦ ଦାବି କରିବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦ । ନାମଲେଖା ସମୟରେ ସାଂସଦଙ୍କ କୋଟା କେନ୍ଦ୍ର ସରକାର ସ୍ଥଗିତ କରିବା ପରେ ବହୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲି ଯାଇଛି ବୋଲି ବିଜେଡି କହିଛି । ତେଣୁ ପୂର୍ବ ବ୍ୟବସ୍ଥା ଲାଗୁ କରିବାକୁ ବିଜେଡି ଦାବି କରିଛି ।

BJD And Congress Oppose Centre's Decision Over Central Schools Admission

କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରତିବର୍ଷ ଜଣେ ସାଂସଦ, କୋଟାରେ ୧୦ଜଣଙ୍କୁ ନାମ ଲେଖାଇବା ପାଇଁ ସୁପାରିସ୍ କରୁଥିଲେ । ଏ କୋଟା ସଂଖ୍ୟା ବୃଦ୍ଧି କରିବାକୁ ଦାବି ପରେ ଚଳିତ ସଂସଦ ଅଧିବେଶନରେ ବିବାଦ ସୃଷ୍ଟି ହେବାରୁ କେନ୍ଦ୍ର ସରକାର ସ୍ଥଗିତ କରିଥିବା ବିଜେପି ଯୁକ୍ତି ବାଢିଛି । କଂଗ୍ରେସ କିନ୍ତୁ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତ୍ତିକୁ କରିଛି କଡ଼ା ସମାଲୋଚନା । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦଳ ଦାବି କରିଛି ।

BJD And Congress Oppose Centre's Decision Over Central Schools Admission

୧୯୭୫ ମସିହାରେ ପ୍ରଥମ ଥର ପାଇଁ ଏହି କୋଟା ବ୍ୟବସ୍ଥାର ଆରମ୍ଭ ହୋଇଥିଲା । ପୂର୍ବରୁ ମଧ୍ୟ ଦୁଇଥର କୋଟାରେ ନାମଲେଖା ସ୍ଥଗିତ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦ ଓ ଜିଲ୍ଲାପାଳ କୋଟା ସୁପାରିସରେ ବର୍ଷକୁ ୮ରୁ  ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ହେଲେ ଚଳିତ ବର୍ଷ ଅନେକ ଛାତ୍ରଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠ ପଢ଼ିବା ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି ।