ଟଙ୍କା ବାଣ୍ଟୁଛି ବିଜେପି, ଭୟଭୀତ କରୁଛନ୍ତି ଛତିଶଗଡ ଗୁଣ୍ଡା

ପଦମପୁର: ପଦମପୁର୍ ବ୍ଲକ ଡଙ୍ଗାଘାଟ ପଞ୍ଚାୟତର କୁମୁନୀବାହାଲି ଗାଁରେ ଭୋଟ ପାଇଁ ବିଜେପି ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି । ବିଜେପି ପ୍ରାଥୀ ପ୍ରଦୀପ ପୁରୋହିତଙ୍କୁ ଭୋଟ ଦେବାପାଇଁ ଗାଁ ଲୋକଙ୍କୁ ଚାପ ପକାଉଛନ୍ତି ଛତିଶଗଡରୁ ଆସିଥିବା ଗୁଣ୍ଡା  । ବିଳମ୍ବିତ ରାତିରେ ଘର ଭିତରକୁ ପଶି ଗ୍ରାମବାସୀଙ୍କୁ ଭୟଭୀତ କରୁଛନ୍ତି  ।

ଗାଁର ମନ୍ଦିର ପାଇଁ ପ୍ରଦୀପ ପୁରୋହିତ 4 ଲକ୍ଷ ଟଙ୍କା ଓ ପ୍ରତି ଭୋଟରଙ୍କୁ ହଜାରେରୁ 15 ଶହ ଟଙ୍କା ଦେଇ ଭୋଟ କିଣୁଥିବା ଅଭିଯୋଗ ହୋଇଛି । ଖାଲି ବିଜେପି ଗୁଣ୍ଡା ନୁହେଁ ବିଜେପି ନେତା, କର୍ମୀ ଓ ଅର୍ଗସ ଟିଭିର ଟିମ ମଧ୍ୟ ତାଙ୍କ ସହ ଯାଇ ଭୋଟରଙ୍କୁ ଟଙ୍କା ବାଣ୍ଟୁଥିବା ଅଭିଯୋଗ ହୋଇଛି ।

ସେହିପରି ପାଇକମାଳ ବ୍ଲକ ଚରଡାପାଲି ଗ୍ରାମ ପଞ୍ଚାୟତ ଚାଙ୍ଗରିଆ ଗାଁରେ ମଧ୍ୟ ଟଙ୍କା ବାଣ୍ଟିଛନ୍ତି ବିଜେପି । ଚାଙ୍ଗରିଆ ଗାଁର କଲ୍ୟାଣ ମଣ୍ଡପରେ ବିଜେପି ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ ।