ବିଜେଡି କର୍ମୀଙ୍କୁ ହତ୍ୟା, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟି ଅଭିଯୋଗ କଲେ

ଭୁବନେଶ୍ୱର: ଭଦ୍ରକ ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚଳିତ ନିର୍ବାଚନରେ ଏହା ପ୍ରଥମ ହତ୍ୟା ଘଟଣା । ତୁରନ୍ତ ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ବିଜେଡିର ପ୍ରତିନିଧି ଦଳ । ପଞ୍ଚାୟତ ନିର୍ବାଚନ ବେଳେ ଭଦ୍ରକ ଧାମନଗର ଠାରେ ବିଜେଡି କର୍ମୀ ପ୍ରତାପ ଚନ୍ଦ୍ର ରାଉତଙ୍କୁ ଅମାନୁଷିକ ଭାବେ ହତ୍ୟା କରାଯାଇଛି ।

ଏହି ହତ୍ୟାକାଣ୍ଡ ବିଜେପିର ବରିଷ୍ଠ ନେତା ମନମୋହନ ସାମଲଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତି ଥିବା ଅଭିଯୋଗ କରିଛି ବିଜେଡି । ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ହତ୍ୟା କରାଯାଇଛି। ଖୁବ ଶୀଘ୍ର ମନମୋହନ ସାମଲ ଓ ହତ୍ୟାକାଣ୍ଡରେ ସମୃକ୍ତି ଥିବା ଅନ୍ୟ ବିଜେପି କର୍ମୀଙ୍କୁ ଗିରଫ ପାଇଁ ଦାବି କରିଛି ବିଜେଡି । କେବଳ ଏତିକି ନିହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଯେଉଁଭଳି ବିଜେପି ରକ୍ତମୁଖା ସାଜିଛି ଏବଂ ହିଂସାକାଣ୍ଡ ଘଟାଉଛି ତାହା ଉପରେ ମଧ୍ୟ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

Leave a Reply