ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଅଭିଯୋଗର ଉତ୍ତର ରଖିଲା ବିଜେଡି

1 min read

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଯେଉଁ ତଥ୍ୟ ଦେଉଛି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ମୁଖପାତ୍ରମାନେ ଏଭଳି ମିଥ୍ୟା ପ୍ରଚାରରୁ ବିରତ ରହିବା ସହିତ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅନ୍ତତଃ ଥରୁଟିଏ କେନ୍ଦ୍ର ସରକାରଙ୍କ ୱେବସାଇଟ୍ ଦେଖି ନେବା ଉଚିତ୍‍ ବୋଲି ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି କହିଛନ୍ତି ।


ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ଅଂଶଧନ ବାବଦକୁ ୪୦ ପ୍ରତିଶତ ଅନୁଦାନ ଦେଉଛନ୍ତି । କିନ୍ତୁ ପ୍ରୋତ୍ସାହନ ରାଶି ଓ ପ୍ରଶାସନିକ ବାବଦ ବ୍ୟୟ ପରେ ଏହା ପ୍ରାୟତଃ ୫୦-୫୦ ପ୍ରତିଶତ ହୋଇଯାଉଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ ୨୦୧୯-୨୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି ।

ଗୁଜରାଟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା ଭଳି ବିଜେପି ଶାସିତ ରାଜ୍ୟମାନେ ଏ କ୍ଷେତ୍ରରେ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି । କିନ୍ତୁ, ଓଡ଼ିଶା ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ପ୍ରଥମ ସ୍ଥାନ ହାସଲ କରିଛି । ହେଲେ ଲୋକଙ୍କ ସାମ୍ନାରେ ବାସ୍ତବ ଚିତ୍ର ରଖିବା ବଦଳରେ ବିଜେପି ନେତାମାନେ ଯେଭଳି ମିଥ୍ୟା ପ୍ରଚାରରେ ମାତିଛନ୍ତି ସେଥିରୁ ତାଙ୍କର ହତାଶା ଓ ହୀନ ରାଜିନୀତି ସ୍ପଷ୍ଟଭାବେ ବାରି ହୋଇପଡ଼ୁଥିବା ବିଜେଡି କହିଛି ।

ଆଜି ପ୍ରେସମିଟ୍ କରି ବିଜେପି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଥିଲା । ୨୦୧୯-୨୦ରେ PMAYରେ ୫ ଲକ୍ଷ ୬୫ ହଜାର ଘର ନିର୍ମାଣ ଲକ୍ଷ ଥିଲା । ଏଥିପାଇଁ ୫ ହଜାର୨୮ କୋଟି ଟଙ୍କା ଅନୁମୋଦନ ହୋଇଥିଲା । କିନ୍ତୁ ୭୯ ହଜାର ୮୯୨ ଘର ନିର୍ମାଣ ହୋଇଥିବା ବିଜେପି ନେତା ସମୀର ମହାନ୍ତି ଅଭିଯୋଗ କରିଥିଲେ । ଏହାସହିତ ଯାଜପୁର ପିଡି ଡିଆରଡିଏ ଜଣେ ଠିକାଦାରଙ୍କୁ ଚିଠି କରିଛନ୍ତି ଏବଂ ତାର ନକଲ ଜିଲ୍ଲାର ୧୦ ଜଣ ବିଡିଓଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ପିଏମଓ୍ବାଇ ଘରେ ବିଜୁ ପକ୍କାଘର ଲୋଗୋ ଥିବା ଟାଇଲ୍ ଲଗାଇବାକୁ ଉଦ୍ୟମ କରାଯାଉଛି ଏବଂ ତୁରନ୍ତ ଏଭଳି ଚିଠି ପ୍ରତ୍ୟାହାର ପାଇଁ ବିଜେପି ଦାବି କରିଥିଲା । ଏବେ ବିଜେଡି ଏହାର ଯବାବ ଦେଇଛି ।

Leave a Reply