ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟର ହିସାବ ଦେଲା ବିଜେଡି

1 min read
BJD Accounted Pradeep's Anti-People Activities

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ପରେ ପ୍ରଳାପ କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ । ଇତିହାସରେ ପ୍ରଥମ ଥର ପାଇଁ ଜନ ବିରୋଧୀ କାର୍ଯ୍ୟ କଲା ପରେ ପ୍ରଦୀପ ପାଣିଗ୍ରାହୀ ପ୍ରଳାପ କରୁଛନ୍ତି । ନିଜେ ଜାଣିଛନ୍ତି ସେ କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି । ହେଲେ ଛାଟ ପିଟି ହୋଇ ୟା ତା ନାଁ ନେଇ ସେ ଆତ୍ମ ସନ୍ତୋଷ ନେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ ଆହୁରି କହିଛନ୍ତି- ଆମକୁ ଖରାପ ଲାଗୁଛି ଜଣେ ଲୋକ ଜନ ବିରୋଧୀ କାର୍ଯ୍ୟ କରି ପୁଣି ପଚାରୁଛି ଯେ- ଜନ ବିରୋଧୀ କାର୍ଯ୍ୟ କଣ କରିଛନ୍ତି ।

BJD Accounted Pradeep's Anti-People Activities

ପ୍ରଦୀପଙ୍କ ଜନ ବିରୋଧୀ କାର୍ଯ୍ୟ କଣ ? ସେସବୁ ବଖାଣିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଲେନିନ୍ କହିଛନ୍ତି- ଯେବେ ସାରା ରାଜ୍ୟ ଓ ଗଞ୍ଜାମ କୋଭିଡ୍ ବିରୋଧରେ ଲଢ଼େଇ କରୁଥିଲା । ସେତେବେଳେ ଚାର୍ଟର ପ୍ଲେନରେ ପ୍ରଦୀପ, ପାଠକ ପରିବାର ସହ ବୁଲୁଥିଲେ । ରହଣି, ବୁଲାବୁଲି ଓ ତମସା କରିବାରେ ୮୪ ଲକ୍ଷ ଟଙ୍କା ଖର୍ଚ୍ଚି କରିଛନ୍ତି, ହେଲେ ପଚାରୁଛନ୍ତି କଣ ଜନ ବିରୋଧୀ କାର୍ଯ୍ୟ କରିଛନ୍ତି ବୋଲି । ଯେତେବେଳେ କୋଭିଡ୍ ଯୋଦ୍ଧା ଲଢେଇ କରି ଜୀବନ ଦେଉଥିଲେ, ଆପଣ ଠକ ଆକାଶ ପାଠକଙ୍କ ଟଙ୍କାରେ ଚାର୍ଟର ପ୍ଲେନରେ କାହିଁକି ବୁଲୁଥିଲେ, ତାହାର କୈଫତ୍ ଦେବାର ସମୟ ଆସିଛି ବୋଲି କହିଛନ୍ତି ଲେନିନ୍ ।

BJD Accounted Pradeep's Anti-People Activities

ପ୍ରଦୀପ ଏ ଯାଏ ସ୍ପଷ୍ଟ କହି ନାହାନ୍ତି- ଗୋପାଳପୁର ବିଧାୟକଙ୍କ ବଳରେ ୬୮ ଲୋକଙ୍କ ଠାରୁ ଆକାଶ ଲୁଟ୍ କରିଛନ୍ତି । ଲୁଟର ଉତ୍ତରଦାୟୀ ବିଧାୟକ କହିବା ଦରକାର କେବେ ସେ ଲୁଟ୍ ଟଙ୍କା ଫେରସ୍ତ କରିବେ ? କଣ ପାଇଁ ବିଧାୟକ ପ୍ରଭାବ ଦେଖାଇ ଟଙ୍କା ନେଉଥିଲେ ? ଆଶ୍ଚର୍ଯ୍ୟ ହେବେ ଯେ- କିଛି ଦିନ ହେଲା ପ୍ରଳାପ କରି ବ୍ୟକ୍ତିଗତ ନାଁ ନେଉଛନ୍ତି, ଆମ ଭାବି ନଥିଲୁ ସେ ଏତେ ତଳକୁ ଖସିଯିବେ । କାରଣ ସେ ଭଲ ଭାବେ ଜାଣିଛନ୍ତି ଦୋଷୀ କିଏ । ସେ ନିର୍ଲଜ ଭାବେ ଠକ ପାଠକ ବାପ ପୁଅଙ୍କୁ ସମର୍ଥନ କରୁଛନ୍ତି । ଏହା ସ୍ପଷ୍ଟ କରୁଛି ଯେ- ସେ ଏହି ଦୁର୍ନୀତିରେ ଭାଗିଦାରୀ ଅଛନ୍ତି ।

BJD Accounted Pradeep's Anti-People Activities

କୋଭିଡ୍ ଯୋଦ୍ଧା ମାନେ ସାଧାରଣ ଲୋକଙ୍କ ପାଇଁ ଲଢ଼େଇ କରୁଥିବା ବେଳେ ବିଧାୟକ ବୁଲିବାକୁ ଯାଇ ତାଜ ପାଲେସରେ ମଉଜ କରୁଥିଲେ । ସେ ହିସାବ କେବେ ଦେବେ ? ବହୁତ ନାଟକ ହୋଇଗଲା, ଆପଣଙ୍କ ପ୍ରଶ୍ନ ପଚାରିବାର ଅଧିକାର କେଉଁଠୁ ଆସିଲା । ଯେଉଁଥିପାଇଁ ଆପଣ ନିର୍ବାଚିତ ହୋଇଛନ୍ତି, ସେ କାମ କରିବାକୁ ପଛଘୁଞ୍ଚା ଦେଲେ । ଆପଣଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଲୋକ ବାଧ୍ୟ ନୁହନ୍ତି ।

BJD Accounted Pradeep's Anti-People Activities

ଜନ ବିରୋଧୀ କାର୍ଯ୍ୟ ହେଲା- ୬୮ ଲୋକଙ୍କ ଠାରୁ ନିଜ ଭାବି ଜାମାତା ଠକ ଆକାଶ ପାଠକ ଜରିଆରେ ଟଙ୍କା ଖାଇଲେ, କଣ ପାଇଁ ଖାଇଲେ ? ଫେରାଇବେ ନା ନାହିଁ। କୋର୍ଟପେଟାରେ ୨୦ କୋଟିର ସମ୍ପତ୍ତି କବଜାର ସ୍ପଷ୍ଟୀକରଣ କିଏ ଦେବେ ? ୧୫୦ କୋଟିର ବେନାମୀ ସମ୍ପତ୍ତିର ହିସାବ ଓ ସ୍ପଷ୍ଟୀକରଣ କିଏ ଦେବ ? ଯେଉଁ ବଡ଼ ବଡ଼ କଥା କହୁଛନ୍ତି ଆଉ ବିଳିବିଳାଉଛନ୍ତି ଗଣମାଧ୍ୟମକୁ ତା କାମ କରିବାକୁ କହୁଛନ୍ତି । ହେଲେ ଚାର୍ଟର ପ୍ଲେନ୍ ଟଙ୍କା ଯେଉଁ ମାଧ୍ୟମରେ ଗଲା । ଆପଣ କହିଲେ ଆକାଶଙ୍କ ପାଠପଢ଼ାରେ ଟପ୍ପର ଥିଲେ, ସେ ସାର୍ଟିଫିକେଟ୍ କୁଆଡ଼େ ଗଲା ? ନିର୍ଲଜ ପରି ପ୍ରଦୀପ ବାବୁ କହୁଛନ୍ତି ସେ ଚାକିରି କରୁଥିଲେ ଟାଟାର ସବସିଡିଆରୀ କମ୍ପାନୀରେ, ସେ କାଗଜ କାହିଁ ? ଫର୍ଦ୍ଦ ଲମ୍ବି ଲମ୍ବି ଯିବ । ପ୍ରାଥମିକ ତଦନ୍ତ ଖସଡ଼ା ଆପଣଙ୍କ ପାଖରେ ପହଞ୍ଚିଲାଣି । ଆମର ବିଶ୍ୱାସ ଆପଣ ଜନ ବିରୋଧୀ କାମ ଦ୍ୱାରା ଯେଉଁ ଟଙ୍କା କମାଇଛନ୍ତି ଓ ଠକମାନଙ୍କୁ ଲଗେଇ ଲୋକଙ୍କୁ ଲୁଟିଛନ୍ତି । ଆପଣ ଧରାପଡ଼ିଛନ୍ତି । ଆପଣଙ୍କ କଳା ଚେହେରା ଧରାପଡ଼ି ଯାଇଛି ।

Leave a Reply