ଗଣ୍ଡଗୋଳ ବେଳେ ପୋଲିସକୁ କାମୁଡ଼ିଦେଲେ

ଆଠଗଡ଼: ଗଣ୍ଡଗୋଳ ବେଳେ ପୋଲିସକୁ କାମୁଡ଼ିଦେଲେ । ଆଇଆଇସି ଓ ମହିଳା ଏଏସଆଇ ଆହତ ହୋଇଥିବା ସୂଚନା । ଆଠଗଡ଼ ଗୁରୁଡ଼ିଝଟିଆ ଥାନା ଖମାର ନୂଆଗାଁରେ  ଜାଗା ମାପଚୁପ ବେଳେ ପୋଲିସକୁ ଆକ୍ରମଣ । ଅଲଟ୍ରାଟେକ ସିମେଣ୍ଟ ଓ ଏକ ବ୍ୟକ୍ତିଗତ ଜାଗା ମାପ ହେଉଥିବା ବେଳେ ଗ୍ରାମବାସୀ ପୋଲିସ ମୁହାଁମୁହିଁ ହୋଇଥିଲେ । ଦଳିତ ସାହିର ମହିଳାଙ୍କ ଆକ୍ରମଣରେ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ଓ ଆଠଗଡ଼ ଥାନା ଏଏସଆଇ ସଙ୍କୁନ୍ତଳା ଦାସ ଆହତ ହୋଇଛନ୍ତି । ପୋଲିସକୁ ଆକ୍ରମଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଆଇନଶୃଙ୍ଖଳନା ସ୍ଥିତି ନିୟନ୍ତ୍ରଣ ପାଇଁ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣା ସ୍ଥଳରେ ଚୌଦ୍ଵାର ଏସଡିପି ପହଞ୍ଚିଛନ୍ତି ।