ଓବାମା ବିଲ୍ ଗେଟ୍ସ- ୱାରେନ୍ ବଫେଟଙ୍କ ସମେତ ଏହି ୨୦ଟି ହାଇ ପ୍ରୋଫାଇଲ୍ ଲୋକଙ୍କ ଟ୍ୱିଟର ଆକାଉଣ୍ଟ୍ ହ୍ୟାକ୍
ନୂଆଦିଲ୍ଲୀ: ହ୍ୟାକରମାନେ ଟ୍ୱିଟରରେ ଏବେ ଆତଙ୍କ ସୃଷ୍ଟି କରିଛନ୍ତି । ନିକଟରେ ବିଶ୍ୱର ନାମିଦାମୀ ନେତା ତଥା ବିଶିଷ୍ଟ ଶିଳ୍ପପତିଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ଏଥି ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭଳି ବରିଷ୍ଠ ନେତା ଏହି ଲିଷ୍ଟରେ ସାମିଲ ହୋଛନ୍ତି । ଏହା ବ୍ୟତୀତ କୋଟିପତୀ ବ୍ୟବସାୟୀ ଏଲନ୍ ମସ୍କ, ଜେଫ୍ ବେଜୋସ୍ ଏବଂ ବିଲ୍ ଗେଟ୍ସଙ୍କ ସମେତ ବିଶ୍ୱର ବହୁ ବଡ ବ୍ୟବସାୟୀଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା।
ହ୍ୟାକ୍ ହୋଇଥିବା ଆକାଉଣ୍ଟରେ ନକଲି ଟ୍ୱିଟ୍ କରାଯାଇଛି । ହ୍ୟାକର ମାନେ ଆକାଉଣ୍ଟ ହ୍ୟାକ କରିବା ପରେ ପ୍ରତିବଦଳରେ ଦୁଇଗୁଣା ଅର୍ଥ ମାଗୁଛନ୍ତି । ହ୍ୟାକ କରିବାର କିଛି ସମୟ ପରେ ସେମାନେ ଆକାଉଣ୍ଟରେ ପୋଷ୍ଟ କରିଥିବା ଲେଖାକୁ ଡିଲିଟ୍ କରିଦେଇଛନ୍ତି। ପୋଷ୍ଟ କରିବାର କିଛି ମିନିଟ୍ ମଧ୍ୟରେ ଏହି ଟ୍ୱିଟ୍ ଡିଲିଟ୍ କରାଯାଇଥିଲା ସତ, ହେଲେ ସେତେବେଳକୁ ଶହ ଶହ ଲୋକ ହ୍ୟାକରମାନଙ୍କୁ ଏକ ଲକ୍ଷରୁ ଅଧିକ ଡଲାର ପଠାଇଥିଲେ । ଏହି ସମୟରେ ଟ୍ୱିଟର କହିଛି ଯେ, ଏହାର ସମାଧାନ ପାଇଁ ଟିମ୍ କଠିନ ପରିଶ୍ରମ କରୁଛି ।
ତେବେ ଜାଣନ୍ତୁ କେଉଁ ଭେଟେରାନମାନଙ୍କ ଆକାଉଣ୍ଟ ହ୍ୟାକ୍ କରାଯାଇଥିଲା …
– ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା
– ଡେମୋକ୍ରେଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ
– ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ
– ଟେସଲା ସିଇଓ ଏଲୋନ୍ ମସ୍କ
– ଆମାଜନ୍ ସିଇଓ ଜେଫ୍ ବେଜୋସ୍
– ଆମେରିକାର ପ୍ରସିଦ୍ଧ ରାପର୍ କାନ୍ୟେ ୱେଷ୍ଟ୍
– ଆମେରିକାର ଟିଭି ତାରକା କିମ୍ କାର୍ଦଶିୟାନ୍
– ମାଇକ୍ରୋସଫ୍ଟର କୋ ଫାଉଣ୍ଡର ବିଲ୍ ଗେଟ୍ସ
– ବର୍କଶାୟର ହାଥୱେ ସିଇଓ ୱାରେନ୍ ବଫେଟ୍
– ମାଇକ୍ ବ୍ଲୁମବର୍ଗ
– ଆମେରିକାର ପ୍ରସିଦ୍ଧ ରାପର ୱିଜ୍ ଖଲିଫା
– ୟୁଟ୍ୟୁବର ମିଷ୍ଟର ବିଷ୍ଟ
– ଏହା ବ୍ୟତୀତ ଉବର ଏବଂ ଆପଲ୍ କମ୍ପାନୀର କର୍ପୋରେଟ୍ ଆକାଉଣ୍ଟ୍ ମଧ୍ୟ ହ୍ୟାକ୍ ହୋଇଛି
ଟ୍ୱିଟର ସିଇଓ ଜ୍ୟାକ୍ କହିଛନ୍ତି ଯେ, ଟ୍ୱିଟର ପାଇଁ ଅନେକ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ହ୍ୟାକିଂକୁ ବନ୍ଦ କରିବାକୁ ସେମାନେ ବହୁତ ଚେଷ୍ଟା କରିଥିଲେ। ଏଥିପାଇଁ ଅନେକ ଆକାଉଣ୍ଟ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଆକାଉଣ୍ଟ ଗୁଡିକୁ ପୁଣି ଆରମ୍ଭ କରାଯାଇଛି । ତେବେ କିଏ ଏହି ହ୍ୟାକର ତାର କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏହି ହ୍ୟାକିଂ କିପରି ହୋଇଥିଲା ଏବଂ ଏହା ପଛରେ କିଏ ଥିଲା ତାହାର ଅନୁସନ୍ଧାନ ଜାରି ରହିଛି ।