ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି : ବିଶ୍ୱରଞ୍ଜନ ମହାନ୍ତି

ନନ୍ଦିଘୋଷ ବ୍ୟୁରୋ: ଏକଜିଟ ପୋଲ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସାମ୍ବାଦିକ ସମ୍ମିଳନୀରେ ମିଡ଼ିଆ ସେଲ ଅଧ୍ଯକ୍ଷ ବିଶ୍ୱରଂଜନ ମହାନ୍ତି କହିଛନ୍ତି ଦେଶରେ ଏକଜିଟ ପୋଲ ଡ୍ରାମା ଚାଲିଛି । ଅନ୍ୟ ଏକ ମାହୋଲ ବନେଇବା ପାଇଁ ଚେଷ୍ଟା କରାଯାଉଛି । ଏହା  ସରକାରୀ ମ୍ୟାନେଜମେଣ୍ଟ ଏକଜିଟ ପୋଲ । ୨୦୦୪ ମସିହାରେ ମଧ୍ୟ ସରକାରୀ ମ୍ୟାନେଜମେଣ୍ଟ ଏକଜିଟ ପୋଲ କହୁଥିଲା ପୁନର୍ବାର ବାଜପେୟୀ ସରକାର ଆସିବ । କିନ୍ତୁ କଂଗ୍ରେସ ନେତୃତ୍ୱରେ ୟୁପିଏ ସରକାର ଦେଶରେ ସରକାର କରିଥିଲା । ଏହି ଘଟଣାରୁ ଜଣାପଡୁଛି ଯେ, ସରକାର କେଉଁଭଳି ମ୍ୟାନେଜମେଣ୍ଟ ପୋଲ କରନ୍ତି । କିନ୍ତୁ ୨୦୨୪ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସଂଖ୍ୟା ଗରିଷ୍ଠତା ପାଇବ ଏବଂ ସରକାର କରିବ । ତୃଣମୂଳରୁ ଯାହା ରିପୋର୍ଟ ଆସୁଛି ତାହା ମଧ୍ୟ ଇଣ୍ଡିଆ ମେଣ୍ଟ ସପକ୍ଷରେ ଆସୁଛି । ସେହିପରି ଓଡ଼ିଶାରେ ମଧ୍ୟ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଶ୍ବରଂଜନ ।