spot_img

Latest Posts

ଓଡିଶା ଗାଇଲା ବନ୍ଦେ ଉତ୍କଳ ଜନନୀ, ଜନତା ମଇଦାନରେ ଭାଷା ମହାକୁମ୍ଭ ଉଦଘାଟିତ

ଭୁବନେଶ୍ବର: ଆମେ ଓଡିଆ। ଓଡ଼ିଆ ଆମ ଭାଷା, ଆମ ପରିଚୟ। ଭାଷା ଏକ ଜାତିର ମୁଖଶାଳା। ଭାଷା ହେଉଛି ଏକତାର ମହାନ ମନ୍ତ୍ର। ଆଜି ଆମ ଜାତି, ଭାଷା ପାଇଁ ଗୌରବର ଦିନ। ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଏହାର ସର୍ବବିଧ ଉନ୍ନତି ଦିଗରେ ରାଜ୍ଯ ସରକାର ପ୍ରଚେଷ୍ଟା ଜାରି ରଖିବେ। ଭଲ ସାହିତ୍ଯ ସୃଷ୍ଟି ଉପରେ ଆଲୋଚନା ହେଉ ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଅବସରରେ ସେ କହିଛନ୍ତି ସାରା ଓଡ଼ିଶାରେ ଭାଷା ଲାଗି ସମସ୍ତେ ଏକାଠି ହୋଇଛନ୍ତି। ଓଡ଼ିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଭଲ ସାହିତ୍ଯ ସୃଷ୍ଟି ଉପରେ ହେଉ ଆଲୋଚନା। ଓଡ଼ିଆ ଭାଷାର ଅଧିକ ବ୍ଯବହାର ଉପରେ ଆଲୋଚନା ହେଉ। ଓଡ଼ିଆ ଭାଷାର ଉନ୍ନତି ଲାଗି ଓଡିଆ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସଭାରେ ଯାହା ପ୍ରସ୍ତାବ ଆସିବ ସରକାର ତାହାକୁ ଗ୍ରହଣ କରିବେ। ଏହା ସହ ମୁଖ୍ଯମନ୍ତ୍ରୀ କବି ସାରଳା ଦାସଙ୍କୁ ବି ଜଣାଇଥିଲେ ପ୍ରଣାମ। ଏହି ଅବସରରେ ଜ୍ଞାନପୀଠ ବିଜେତା ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ଯମନ୍ତ୍ରୀ।

ଏହା ସହ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନ ବ୍ଯାପୀ ସାଧନା ଲାଗି ସମ୍ମାନିତ କରାଯିବା ସହ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ- ଆଜି ଭାଷାର ପର୍ବ। ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଓଡ଼ିଶାରେ ରୂପାନ୍ତରୀକରଣର ପ୍ରକ୍ରିୟାରେ ଭାଷାର ଭୂମିକା ଗୁରୁତ୍ବପୂର୍ଣ୍ଣ। ସମ୍ମିଳନୀରେ ଚାରିଟି ଦେଶର ବିଶେଷଜ୍ଞ, ୧୦୦ରୁ ଅଧିକ ବକ୍ତା ସମବେତ ହୋଇଛନ୍ତି। ଓଡ଼ିଶା ଯାହାର ମାତୃଭୂମି ଓ କର୍ମଭୂମି ସେମାନଙ୍କ ଲାଗି ଏହି ପର୍। ଏହି ମାଟିକୁ ଗୌରବାନ୍ବିତ କରିବା, ରୁଦ୍ଧିମନ୍ତ କରିବା ଲାଗି ସେ ଆହ୍ବାନ ଦେଇଥିଲେ।ଜନତା ମଇଦାନରେ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦଘାଟିତ। ଜନତା ମଇଦାନରେ ଭାଷାର ମହାକୁମ୍ଭ ପାଇଁ ସାରା ରାଜ୍ଯରେ ଉତ୍ସୁକତା। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ଯୋଗ ଦେଉଥିବାବେଳେ ସେମାନେ ନିଜ ନିଜର ମୂଲ୍ଯବାନ ମତ ରଖିବେ। ସମସ୍ତଙ୍କ ମତ ଆଧାରରେ ଆଗାମୀ ଦିନ ପାଇଁ ଓଡ଼ିଆ ଭାଷାକୁ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବେ ସରକାର। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ରହିଛି ମୋଟ ୧୭ଟି ସେସନ୍।ଆଲୋଚନା ହେବ ।

Latest Posts

Don't Miss