ଇସ୍ତଫା ଦେଲେ କାକଟପୁର ବିଜେପି ଅଶାୟୀ ବିଶ୍ବଭୂଷଣ ଦାସ

କାକଟପୁର: ବିଜେପି ଉପରେ ବର୍ଷି ଇସ୍ତଫା ଦେଲେ କାକଟପୁର ବିଜେପି ଅଶାୟୀ ପ୍ରାର୍ଥୀ ବିଶ୍ବଭୂଷଣ ଦାସ । ବିଜେପି ବାଇଧର ମଲ୍ଲିକଙ୍କୁ ପ୍ରାର୍ଥୀ କରିବା ପରେ ଶୀର୍ଷ ନେତୃତ୍ବକୁ ସମାଲୋଚନା କରି ଦଳରୁ ଇସ୍ତଫା ଦେଇଛନ୍ତି ବିଶ୍ବଭୂଷଣ ।

ବିଶ୍ବଭୂଷଣ ଅଭିଯୋଗ କରିଛନ୍ତି, ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ, ବାଧ୍ଯକରି ବିଜେପି ନେତାମାନେ ଦଳକୁ ଆଣିଥିଲେ । ବିଜେପି ରାଜ୍ଯ ସଭାପତି ମନମୋହନ ସାମଲ ରାତି ଅଧରେ ଟିକେଟ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଟିକେଟ ନଦେଇ ପରେ ଭଣ୍ଡାଇଦେଲେ । ମନମୋହନ ସାମଲଙ୍କୁ ମିଛୁଆ ନେତା କହି ସମାଲୋଚନା କରିଛନ୍ତି ବିଶ୍ବଭୂଷଣ ।

ବିଜେପି ପାଇଁ ମାନସିକ ଯନ୍ତ୍ରଣା ଭୋଗୁଥିବା କହିବା ସହ ଯୁବପିଢିଙ୍କୁ ଦଳ ଧୋକା ଦେଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆଗାମୀ ନିର୍ବାଚନରେ ଉଚିତ ଜବାବ ଦେବୁ ବୋଲି ବିଜେପିକୁ ବିଶ୍ବଭୂଷଣ ଚେତାବନୀ ଦେଇଛନ୍ତି ।