ପଦରୁ ହଟିଲେ ବରିଷ୍ଠ IAS ବିଷ୍ଣୁପଦ ସେଠୀ

ନନ୍ଦିଘୋଷ ବ୍ୟୁରୋ: ସିବିଆଇ ସମନ ପରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଦାୟିତ୍ବ ମୁକ୍ତ କରିଛନ୍ତି । ପ୍ରମୁଖ ଶାସନ ସଚିବ ପଦରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସେ ଥିଲେ ପ୍ରମୁଖ ଶାସନ ସଚିବ। ସେହିପରି ଏସସି ଓ ଏସଟି ବିଭାଗ ସଚିବ ଦାୟିତ୍ବରୁ ମଧ୍ୟ ମୁକ୍ତ କରିଛନ୍ତି। ବର୍ତ୍ତମାନ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଦାୟିତ୍ବ ଦିଆଯାଇଛି ।