spot_img

Latest Posts

ଆଜି ବି ସିବିଆଇ କାର୍ଯ୍ୟାଳୟରେ ହାଜର ହେଲେନି ଆଇଏଏସ ବିଷ୍ଣୁପଦ ସେଠୀ

ଭୁବନେଶ୍ବର : ସିବିଆଇ ସହ ଲୁଚକାଳି ଖେଳୁଛନ୍ତି କି ବିଷ୍ଣୁପଦ ? ଚଞ୍ଚଲଙ୍କ ଚଞ୍ଚକତା ପଛରେ ରହିଛି କି ବିଷ୍ଣୁଙ୍କ ହାତ ? ହାଜର ନହେଲେ ସିବିଆଇ ନେଇପାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ । ବିଷ୍ଣୁପଦ ସେଠୀ  ଥିଲେ ପାୱାର କରିଡର ର ପାୱାରଫୁଲ ଅଫିସର । କିନ୍ତୁ ଦୁର୍ନୀତିର ଗନ୍ଧ ତାଙ୍କ କାର୍ଯ୍ୟକଳାପରୁ ବାହାରିବା ପରେ ସମସ୍ତ  ଗୁରୁତ୍ବପୂର୍ଣ୍ଣ ପଦବୀ ହରାଇ ସେ ଏବେ ସାଧାରଣ ପ୍ରଶାସନ ବିଭାଗର OSD । ୧୯୯୫ ବ୍ୟାଚ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଠାରୁ ଅନୁସୁଚିତ ଜାତି ଜନଜାତି ଉନ୍ନୟନ ଓ ପଛୁଆ ବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ଏବଂ ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ରାଜ୍ୟ ସରକାର କାଢି ନେବା ପରେ ଆଜି ସିବିଆଇ ନିକଟରେ ସେ ହାଜର ହେବେ ବୋଲି ଆଶା କରାଯାଉଥିଲା । କିନ୍ତୁ ଆଜି ସେ ହାଜର ନହେବାରୁ ତାଙ୍କ ପ୍ରତି ଅଡୁଆ ବା ବିପଦ ବଢୁଥିବା ସ୍ପଷ୍ଟ ହୋଇଛି। ୧୦ ଲକ୍ଷ ଟଙ୍କା ଲାଞ୍ଚ, ବ୍ରିଜ ଆଣ୍ଡ ରୁଫ୍ ଗୃପ କମ୍ପାନୀକୁ ଅନୁକମ୍ପା ଘଟଣାରେ ଗତ ୧୦ ତାରିଖରେ ବିଷ୍ଣୁପଦଙ୍କୁ ନୋଟିସ କରିଥିଲା ସିବିଆଇ । ୧୧ ତାରିଖ ସକାଳୁ ହାଜର ପାଇଁ ନିର୍ଦ୍ଦେଶ ଥିଲା । କିନ୍ତୁ ନିଜର ପକ୍ଷ ନରଖି ବାରମ୍ବାର ବିଭିନ୍ନ ବାହାନାରେ ସମୟ ଗଡାଇବା ଘଟଣାକୁ ସହଜରେ ହଜମ କରିନାହାନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ।

ଗତ ଅକ୍ଟୋବର ୧୯ତାରିଖରେ ବିଷ୍ଣୁପଦ ନିଜେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ୪ଟି କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍, ୱାପକୋସ, ଏନବିସିସି ଓ ସିଇଏଲ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖିଥିଲେ ।  ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବା ସମ୍ପର୍କରେ ଅବଗତ କରାଇଥିଲେ । ଏହି ୪ଟି ସଂସ୍ଥାକୁ ମୋଟ ୩୬୧କୋଟି ଟଙ୍କାର କାର୍ଯ୍ୟ କରିବାକୁ  ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ କରି ବିଭାଗରେ ଦାଖଲ ଲାଗି ଚିଠିରେ ଉଲ୍ଲେଖ କରାଯାଇଥିଲା । ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା  ଯାହାର କି ଇଞ୍ଜିନିୟର ସହ ଆବଶ୍ୟକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରହିଛି,  ସେମାନଙ୍କୁ ଏଡ଼ାଇ ଯାଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସୟୁ କାର୍ଯ୍ୟ କରିବା ନିମନ୍ତେ କାହିଁକି ବିଷ୍ଣୁପଦ ବାଛିଥିଲେ ?  କାହିଁକି ଓପନ ଟେଣ୍ଡର କରି ନ ଥିଲେ ? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ ଆଜି ଚଞ୍ଚଲ ମୁଖାର୍ଜୀ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହେବା ପରେ ରାୟ ସଂରକ୍ଷିତ ରଖାଯାଇଛି।  ତେବେ ବିଷ୍ଣୁପଦଙ୍କ ହାଜିରା ଚର୍ଚ୍ଚା ଭିତରେ ଏକ ଦିଲ୍ଲୀ ରେଜିଷ୍ଟ୍ରେସନ ନମ୍ବର ଗାଡ଼ିରେ ଦୁଇ ମାସ୍କ ପିନ୍ଧା ବ୍ୟକ୍ତିଙ୍କ ସିବିଆଇ ଅଫିସରେ ପ୍ରବେଶ ଓ ପରେ ତରବରିଆ ଭାବେ ଚମ୍ପଟ ମାରିବା ଘଟଣା ଅଧିକ ରୋଚକ ପରିସ୍ଥିତି ସୃଷ୍ଟି କରିଛି ।

Latest Posts

Don't Miss