ଜେଟଲୀଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ: ଡିଡିସିଏରୁ ଇସ୍ତଫା ଦେଲେ ବେଦୀ

ନୂଆଦିଲ୍ଲୀ: ଫିରୋଜ ଶାହା କୋଟଲା ପଡ଼ିଆରେ ଡିଡିସିଏର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିଷ୍ପତ୍ତିକୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମହାନ ସ୍ପିନ୍ ବୋଲର ବିଶନ ସିଂହ ବେଦୀ । ସେ କହିଛନ୍ତି କ୍ରିକେଟ ସଂଘକୁ ତାଙ୍କ ନାମ ଦର୍ଶକଙ୍କ ଗ୍ୟାଲେରୀରୁ ହଟାଇଦେବାକୁ କହିଛନ୍ତି । ତାଙ୍କ ନାଁରେ ୨୦୧୭ ମସିହାରେ ଗ୍ୟାଲେରୀ ନର୍ମିତ କରାଯାଇଥିଲା । ଏକ ଘରୋଇ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୋତେ ଯାହା ଠିକ୍ ଲାଗିଲା ମୁଁ ସେଇଆ କଲି । କ୍ରିକେଟ ଷ୍ଟାଡିୟମରେ ଜଣେ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ଶୋଭାପାଏନା । ଏହାକୁ ମୁଁ ଗ୍ରହଣ କରିପାରୁନାହିଁ । ମୁଁ ସେମାନଙ୍କୁ ପ୍ରତିମୂର୍ତ୍ତି ସ୍ଥାପନା ନେଇ ମନାକରୁନାହିଁ, କିନ୍ତୁ ମୋ ନାମକୁ ସେଠାରୁ ହଟାଇଦେବାକୁ କହୁଛି ।

ସେ ଡିଡିସିର ବର୍ତ୍ତମାନର ଅଧ୍ୟକ୍ଷ ଏବଂ ଅରୁଣ ଜେଟଲୀଙ୍କ ପୁତ୍ର ରୋହନ ଜେଟଲୀଙ୍କୁ ଚିଠି ଲେଖି କହିଛନ୍ତି ଯେ, ମୁଁ ଅତ୍ୟନ୍ତ ସହନଶୀଳ, କିନ୍ତୁ ଏବେ ଆଉ ସହ୍ୟ କରିପାରିବି ନାହିଁ । ଡିଡିସିଏ ମୋର ପ୍ରତୀକ୍ଷାର ପରୀକ୍ଷା ନେଉଛି, ମୋତେ ଏଭଳି କଠୋର ପଦକ୍ଷେପ ନେବାକୁ ବାଧ୍ୟ କରୁଛନ୍ତି ।  ଏଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଆପଣ ମୋ ନାମକୁ ଗ୍ୟାଲେରୀ ଷ୍ଟାଣ୍ଡରୁ ହଟାଇଦିଅନ୍ତୁ । ଏବଂ ସେ ଡିସିସିଏର ସଦସ୍ୟତା ପଦରୁ ମଧ୍ୟ ଇସ୍ତଫା ଦେଇଥିବା ନେଇ ପତ୍ରରେ ଲେଖିଥିଲେ । ଦିବଂଗତ ବିଜେପି ନେତା ଜେଟଲୀ ୧୯୯୯ରୁ ୨୦୧୩ ଦୀର୍ଘ ୧୪ ବର୍ଷ ଯାଏଁ ଡିଡିସିଏ ଅଧ୍ୟକ୍ଷ ଥିଲେ  ।

Leave a Reply