spot_img

Latest Posts

ବାଲୁକା କଳା ମାଧ୍ୟମରେ କିମ୍ୱଦନ୍ତି କ୍ରିକେଟରଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: କିମ୍ୱଦନ୍ତି କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରି ସେ ସଚିନ୍ ଶୁଭେଚ୍ଛା ଜଣାଇଛନ୍ତି । ଏହି ବାଲୁକା କଳାର ଏକ ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିବା ସହ ସଚିନ୍ ତେନ୍ଦୁଲକରଙ୍କୁ ହାପି ବର୍ଥ ଡେ’ ଓ୍ୱିସ୍ କରିଛନ୍ତି । ଆଉ ଏହାର ରିପ୍ଳାଏ ମଧ୍ୟ ଦେଇଛନ୍ତି ମାଷ୍ଟର ବ୍ଳାଷ୍ଟର । ବାଲୁକା କଳାଟି ଅତିସୁନ୍ଦର ହୋଇଛି ଏବଂ ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ ବୋଲି ଲେଖିଛନ୍ତି ସଚିନ୍ ।

ତେବେ ଭାରତୀୟ ଦଳର ଏହି ପୂର୍ବତନ କ୍ରିକେଟର ଆଜି ୪୮ ବର୍ଷରେ ପାଦ ଦେଇଥିବା ବେଳେ ତାଙ୍କ ଜନ୍ମଦିବସ ଉପଲକ୍ଷେ ସୋସିଆଲ୍‌ ମିଡିଆରେ  ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ୍ । ଏବଂ ସୋସିଆଲ୍‌ ମିଡିଆ ସାଇଟ୍‌ରେ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସେ ଏକ ପୋଷ୍ଟ୍‌ କରି ଲେଖିଛନ୍ତି, ‘ସମସ୍ତଙ୍କୁ ମୋର ହ୍ୟାଲୋ। ଆପଣମାନଙ୍କ ଜନ୍ମଦିନ ଶୁଭେଚ୍ଛା ପାଇଁ ଅନେକ ଧନ୍ୟବାଦ। ଏହା ମୋ ଦିନକୁ ସ୍ବତନ୍ତ୍ର ବନାଇଛି। ଗତ ମାସ ମୋ ପାଇଁ ବହୁ କଠିନ ଥିଲା। କାରଣ ମୁଁ କରୋନା ପଜିଟିଭ୍‌ ହୋଇଥିଲି। ସେଥିପାଇଁ ମୋତେ ୨୧ ଦିନ ଅଲଗା ହୋଇ ରହିବାକୁ ପଡ଼ିଥିଲା।’ ସଚିନ ତାଙ୍କ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଏକ ଭିଡିଓ ସେୟାର୍‌ କରି ପ୍ରଶଂସକମାନଙ୍କୁ ସେମାନଙ୍କ ଶୁଭେଚ୍ଛା ସକାଶେ ଧନ୍ୟବାଦ ଅର୍ପଣ କରିଛନ୍ତି।

https://twitter.com/sudarsansand/status/1385850351979417603

Latest Posts

Don't Miss